ହିନ୍ଦୁ ସଙ୍ଗଠନ ପକ୍ଷରୁ ବେଆଇନ୍ ଗୋ- ଚାଲାଣ ଉପରେ ଚଢ଼ାଉ କରାଯାଇ ୫ଟି ଗୋରୁ ଉଦ୍ଧାର କରାଯିବା ସହ ୨ ଜଣ ଗିରଫ ହୋଇଛନ୍ତି। ବୁଧବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳରେ ବେଆଇନ୍ ଗୋ- ଚାଲାଣ ହେଉଥିବା ଖବର ପାଇ ହିନ୍ଦୁ ସଙ୍ଗଠନ ପକ୍ଷରୁ ଚଢ଼ାଉ କରି ଗୋରୁ ବୋଝେଇ ଗାଡ଼ିକୁ ଅଟକାଇ ୫ଟି ଗୋରୁ ଉଦ୍ଧାର କରିବା ସହ ଗାଡ଼ି ସହିତ ୨ ଜଣ ଚାଲାଣକାରୀଙ୍କୁ ପୋଲିସର ଜିମା ଦେଇଥିଲେ। ଏହାକୁ ନେଇ ନିରାକାରପୁର ଥାନାରେ ୧୬୪/୨୪ରେ ଏକ ମାମଲା ରୃଜୁ ହୋଇଛି। ପୋଲିସ ଗୋରୁ ବୋଝେଇ ମହିନ୍ଦ୍ରା ପିକ୍ ଅପ୍ (OD 02 BK 1049) ଗାଡ଼ିଟିକୁ ଜବତ କରିବା ସହ ଗାଡ଼ି ଡ୍ରାଇଭର ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ମୁକୁନ୍ଦପ୍ରସାଦ ଗ୍ରାମର ଡ଼୍ରାଇଭର ଏସକେ ଏକ୍ରାମଙ୍କ ପୁଅ ଏସକେ ସାଜିଦ ଏବଂ ହେଲପର ଖୋରଧା ଆଦର୍ଶ ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମର ଏସକେ ଗୁଲଜାରଙ୍କ ପୁଅ ଏସକେ ରୌସଦ ଅଲ୍ଲୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାସହ ଗୋରୁମାନଙ୍କୁ ପ୍ରାଣୀ ଚିକିତ୍ସକ ପରୀକ୍ଷା କରି ସାରିବା ପରେ ଗୋଶାଳାରେ ଛଡ଼ାଯାଇଛି। ବେଆଇନ୍ ଭାବରେ ଗୋ- ଚାଲାଣ ହେଉଥିବା ପିକ୍ ଅପ୍ ଗାଡ଼ିଟି ଗୁରୁ ପ୍ରସାଦ ମଙ୍ଗରାଜଙ୍କ ନାମରେ ଥିବା ବେଳେ ଗାଡ଼ିର ଆରସି, ପଲ୍ୟୁସନ, ଇନ୍ସୁରାନ୍ସ ଆଦିର ମିଆଦ ସରିଯାଇଥିବା ଜଣାପଡ଼ିଛି।