Wednesday, June 18, 2025

ଅପରେସନ ସିନ୍ଦୁର ଶୌର୍ଯ୍ୟ ଯାତ୍ରା ..

ଭୁବନେଶ୍ୱର: ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ଏକ ବର୍ବରଚିତ୍ତ ଆକ୍ରମଣ ହୋଇଥିଲା ଯେଉଁଥିରେ ନିରୀହ ସାଧାରଣ ନାଗରିକଙ୍କ ଜୀବନ ଯାଇଥିଲା। ଭାରତୀୟ ସେନା “ଅପରେସନ୍ ସିନ୍ଦୂର’ ରୂପରେ ଏହି ଆତଙ୍କବାଦୀ ଆକ୍ରମଣର ଉଚିତ ଜବାବ ଦେଇଛନ୍ତି। ଭାରତୀୟ ସେନାର ଏହି ବୀରତ୍ୱ ପ୍ରତ୍ୟେକ ଭାରତୀୟଙ୍କ ମନରେ ସ୍ୱାଭିମାନ ସୃଷ୍ଟି କରେ। “ଅପରେସନ୍ ସିନ୍ଦୂର’ ନାମ ଏବଂ ଏହା ଅନ୍ତର୍ଗତ ଦେଖାଯାଇଥିବା ଶୌର୍ଯ୍ୟ ଆମ ଭାରତୀୟ ମହିଳାଙ୍କ ପ୍ରତି ବିଶେଷ ସମ୍ବେଦନଶୀଳତାକୁ ଦର୍ଶାଉଛି। ଦେଶର ଏହି ବୀରତ୍ୱପୂର୍ଣ୍ଣ ପଦକ୍ଷେପକୁ ସମର୍ଥନ କରି ଅପରେସନ ସିନ୍ଦୁରର ସଫଳତାକୁ ନେଇ ମହିଳା ସମନ୍ୱୟ, ଓଡ଼ିଶା ପୂର୍ବପ୍ରାନ୍ତ ଦ୍ୱାରା ‘ଶୌର୍ଯ୍ୟ ଯାତ୍ରା’ ଅନୁଷ୍ଠିତ ହୋଇ ଯାଇଛି। ଏହି ଶୌର୍ଯ୍ୟ ଯାତ୍ରା ଭୁବନେଶ୍ୱରର ରାଜମହଲ ଛକରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଆସିଥିଲା। ମାଷ୍ଟରକ୍ୟାଣ୍ଟିନ ଛକରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ସୁଶ୍ରୀ ଦୀପ୍ତିମୟୀ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ସେନା ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ତଥା ଓଡ଼ିଶା ଏଏସିସି ଉପସଭାପତି ସୁସ୍ମିତା ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଦୂର୍ଗା ବାହିନୀର ରାଷ୍ଟ୍ରୀୟ ସଂଯୋଜିକା ସୁଶ୍ରୀ ପ୍ରଜ୍ଞା ମାହାଲା ମୁଖ୍ୟବକ୍ତା ରୂପେ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଜ୍ଞା ଆଚାର୍ଯ୍ୟ ଅତିଥି ପରିଚୟ କରିଥିବା ବେଳେ ପ୍ରିୟଙ୍କା ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles