ଭୁବନେଶ୍ୱର: ଓଡ଼ିଶାରେ ବାଂଲାଦେଶୀ ଚିହ୍ନଟ ପାଇଁ ଜୋରଦାର ଧରପଗଡ଼ ଆରମ୍ଭ ହୋଇଯାଇଛି। ଏସଟିଏଫକୁ ନୋଡାଲ୍ ଏଜେନ୍ସି ଦାୟିତ୍ବ ଦିଆ ଯାଇଥିବା ନେଇ ଡିଆଇଜି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଅଣ ନାଗରିକଙ୍କର ଆଉ ଓଡ଼ିଶାରେ ସ୍ଥାନ ନାହିଁ। ଖୋଜି ଖୋଜି ଅଣ ନାଗରିକମାନଙ୍କୁ ଓଡ଼ିଶାରୁ ବାହାର କରାଯିବ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି ବାଂଲାଦେଶୀଙ୍କୁ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଞ୍ଜିନିୟରିଂ ବିଭାଗ ଗୁଡ଼ିକ ସହ ଆଲୋଚନା ହୋଇଛି। ବିଭିନ୍ନ ଏଜେନ୍ସିରେ କାମ କରୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରାଯିବ। ସାରା ରାଜ୍ୟରେ ଚିହ୍ନଟ ପ୍ରକ୍ରିୟା କରାଯିବ। କୌଣସି ଅଣ ନାଗରିକ ଓଡ଼ିଶାରେ ରହିପାରିବେ ନାହିଁ। ସମସ୍ତଙ୍କୁ ଖୋଜି ବାହାର କରାଯାଇ ଓଡ଼ିଶାରୁ ତଡ଼ାଯିବ। ଜିଲ୍ଲା ଅଧିକାରୀ, ତଟ ସୁରକ୍ଷା ବାହିନୀ, ସବୁ ଏଜେନ୍ସିକୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ତଟବର୍ତ୍ତୀ ଜିଲ୍ଲା ଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯିବ। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ାରେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଜଗତସିଂହପୁର, ପୁରୀ, ଗଞ୍ଜାମରେ ବି ଚିହ୍ନଟ ନେଇ ଧରପଗଡ଼ ଚାଲିଛି।