Wednesday, June 18, 2025

ଓଡ଼ିଶା ଜଙ୍ଗଲରେ ବିରଳ କଳାବାଘ

ଭୁବନେଶ୍ୱର: ନିକଟରେ ଓଡ଼ିଶା ଜଙ୍ଗଲରେ ପୁଣି ଦେଖିବାକୁ ମିଳିଛି ଏକ ବିରଳ କଳା ବାଘ। କଳା ରଙ୍ଗର କଲରା ପତରିଆ ବାଘ କ୍ୟାମେରା ଟ୍ରାପରେ କଏଦ ହୋଇଥିବା ଜଣାପଡ଼ିଛି। ରାଜ୍ୟରେ ଚାଲିଥିବା ବାଘଗଣନା ବେଳେ ରାଜ୍ୟରେ କଳା ରଙ୍ଗର କଲରା ପତରିଆ ବାଘ ଦେଖିବାକୁ ମିଳିଥିଲା। କଲରା ପତରିଆ କଳା ବାଘ ମିଳିଥିବାନେଇ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ସୁଶାନ୍ତ ନନ୍ଦ ‘ଏକ୍ସ’ ଯୋଗେ ସୂଚନା ଦେଇଛନ୍ତି। ଏଥିସହ କଳାବାଘର ଫଟୋ ମଧ୍ୟ ସେୟାର କରିଛନ୍ତି। ବୌଦ୍ଧ, ସୋନପୁର, ବଲାଙ୍ଗୀର, ଅନୁଗୁଳ କିମ୍ବା କନ୍ଧମାଳ ଜିଲାର ଘଞ୍ଚ ଜଙ୍ଗଲରେ କଳା ରଙ୍ଗର କଲରା ପତରିଆ ବାଘ ବୁଲୁଥିବାବେଳେ କ୍ୟାମେରା ଏହି ଦୃଶ୍ୟ ଉତ୍ତୋଳନ କରାଯାଇଥିବା ଜଣାପଡ଼ିଛି।
https://x.com/susantananda3/status/1729853858770280661?s=20

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles