ନୂଆଦିଲ୍ଲୀ: କେବଳ ହିନ୍ଦୁ ଜୀବନ ମୂଲ୍ୟବୋଧ ମାଧ୍ୟମରେ ହିଁ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ। ଏପରି କହିଛନ୍ତି ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରେଥା ଥାଭିସିନ। ହିନ୍ଦୁତ୍ୱ ଓ ବିଶ୍ୱ ଶାନ୍ତିକୁ ନେଇ ନିଜର ଅଭିଭାଷଣରେ ସେ କହିଛନ୍ତି, ହିନ୍ଦୁ ମୂଲ୍ୟବୋଧ ଶାନ୍ତିକୁ ପ୍ରୋତ୍ସାହିତ କରିଥାଏ। ଅନିଶ୍ଚିତତା ଦେଇ ଗତି କରୁଥିବା ବିଶ୍ୱ ଅହିଂସା, ସତ୍ୟ, ସହନଶୀଳତା ଓ ସମନ୍ୱୟର ହିନ୍ଦୁ ମୂଲ୍ୟବୋଧରୁ ପ୍ରେରଣା ଲାଭ କରିବା ଉଚିତ। ଏହାପରେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ଥାଭିସିନ୍ କହିଛନ୍ତି। ବିଶ୍ୱ ତଥା ପ୍ରଗତିଶୀଳ ଓ ଦକ୍ଷତାସମ୍ପନ୍ନ ସମାଜରେ ହିନ୍ଦୁମାନଙ୍କର ପରିଚୟ ସୃଷ୍ଟି କରିବା ଲକ୍ଷ୍ୟରେ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କୋକ ଠାରେ ନଭେମ୍ବର ମାସ ୨୪ ତାରିଖରେ ତୃତୀୟ ବିଶ୍ୱ ହିନ୍ଦୁ କଂଗ୍ରେସ ଉଦଘାଟିତ ହୋଇଯାଇଛି। ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରେୟା ଥାଭିସିନ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ଥିଲା, ମାତ୍ର କୌଣସି କାରଣବଶତଃ ସେ ସେଥିରେ ସାମିଲ ହୋଇପାରି ନଥିଲେ।ତେବେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଥାଭିସିନଙ୍କ ବାର୍ତ୍ତାକୁ ଉକ୍ତ ବୈଠକରେ ପଠନ ଯାଇଥିଲା। ଏହି ଅବସରରେ ଥାଭିସିନ କହିଥିଲେ, ହିନ୍ଦୁତ୍ୱର ନୀତି ଓ ମୂଲ୍ୟବୋଧକୁ ନେଇ ବିଶ୍ୱ ହିନ୍ଦୁ କଂଗ୍ରେସର ଆୟୋଜନ କରିବା ଥାଇଲାଣ୍ଡ ପାଇଁ ନିଶ୍ଚିତ ଭାବେ ଏକ ସମ୍ମାନର ବିଷୟ। ଏକ ଶାନ୍ତିପୂର୍ଣ୍ଣ ସହଭାଗିତା ପାଇଁ ସିନ୍ଥେସିସ ଓ ସନ୍ତୁଳନର ମୁଖ୍ୟ ନୀତିଗୁଡ଼ିକୁ ବେଦ କଳ୍ପନା କରିଥାଏ। ଏହି ନୀତିଗୁଡ଼ିକ ଉପରେ ଶାନ୍ତିର କନସେପ୍ଟ ସ୍ଥାପିତ ହୋଇଛି। ଶିକ୍ଷା, ଅର୍ଥନୀତି, ଆକାଡେମିକ୍ସ, ଗବେଷଣା, ବିକାଶ, ମିଡ଼ିଆ ଓ ରାଜନୀତିରେ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବିଶ୍ୱ ହିନ୍ଦୁ କଂଗ୍ରେସକୁ ବିଶ୍ୱର ୬୧ଟି ରାଷ୍ଟ୍ରର ୨୨୦୦ରୁ ଅଧିକ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେମାନଙ୍କର ମଧ୍ୟରେ ୨୫ଟି ରାଷ୍ଟ୍ରର ସାଂସଦ ଓ ମନ୍ତ୍ରୀମାନେ ସାମିଲ ଥିଲେ। ଥାଇଲାଣ୍ଡରେ ୧୦ ଲକ୍ଷରୁ ଅଧିକ ଭାରତୀୟ ସମ୍ପ୍ରଦାୟ ବାସ କରୁଥିବା ବେଳେ ଦେଶର ବାଣିଜ୍ୟ ଓ ଅର୍ଥନୀତିର ବିକାଶ କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ରହିଛି।