Wednesday, June 18, 2025

କୋହଲି ଏବଂ ରୋହିତଙ୍କ ଅଭାବ ପରିଲକ୍ଷିତ ହେବ: ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ମୂଖ୍ୟ କୋଚ୍ ଗୌତମ ଗମ୍ଭୀର ଦୀର୍ଘ ଦିନ ପରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଟେଷ୍ଟ ଅବସର ନେଇ ମୁହଁ ଖୋଲିଛନ୍ତି। ଗମ୍ଭୀର କରିଛନ୍ତି ରୋହିତ ଓ କୋହଲିଙ୍କ ଅନୁପସ୍ଥିତି ଆଗାମୀ ଇଂଲଣ୍ଡ ଗସ୍ତ ଚ୍ୟାଲେଞ୍ଜ ପୂର୍ଣ୍ଣ ହେବ। ଅପରପକ୍ଷରେ ଏହା ଯୁବ ଖେଳାଳିଙ୍କୁ ଏକ ବଡ ସୁଯୋଗ ପ୍ରଦାନ କରିବ ବୋଲି ମଧ୍ୟ ଗମ୍ଭୀର କହିଛନ୍ତି। ରିପୋର୍ଟ ମୁତାବକ ଶନିବାର ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳର ଘୋଷଣା କରାଯିବ। ଅବସର ନେବା ପାଇଁ କାହା ଉପରେ ଚାପ ପକା ଯା ନଥିଲାବୋଲି ବୋଲି ଗମ୍ଭୀର ସ୍ପଷ୍ଟ କରିଛନ୍ତି। ଜଣେ ଖେଳାଳି ତାର କ୍ୟାରିୟର ଆରମ୍ଭ ଓ ଶେଷ କରିବା ନିଷ୍ପତି ନିଜେ ନେଇଥାଏ। ଏବେ ଦଳରେ କେତେକ ଯୁବ ଖେଳାଳି ବଡ଼ ଦାୟିତ୍ୱ ନେବା ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି। ତେବେ, ୨୦୨୭ ଦିନିକିଆ ବିଶ୍ୱକପରେ କୋହଲି ଓ ରୋହିତଙ୍କ ଖେଳିବା ସମ୍ପର୍କରେ ଗମ୍ଭୀର ଠିକ ଭାବେ କିଛି କହିନଥିଲେ। ଗମ୍ଭୀର କହିଥିଲେ ଇଂଲଣ୍ଡ ଗସ୍ତ ପରେ ଟି- ୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ଦିନିକିଆ ବିଶ୍ୱକପ ପାଇଁ ଆହୁରି ଅନେକ ଦିନ ବାକି ରହିଛି। ଫର୍ମ ଏବଂ ଫିଟନେସକୁ ଆମେ ଗୁରୁତ୍ୱ ଦେଉଛୁ। ବୟସକୁ କେବେ ବି ମାପକାଠି ଭାବେ ବିବେଚନା କରାଯାଉନି ବୋଲି ଗମ୍ଭୀର କହିଛନ୍ତି। ଅର୍ଥାତ୍ କୋହଲି ଓ ରୋହିତ ଭଲ ପ୍ରଦର୍ଶନ କଲେ ଦଳରେ ସ୍ଥାନ ବଜାୟ ରଖିପାରିବେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles