ଗତକାଲି ଆର୍ଟ ଅଫ୍ ଗିଭିଂ ଦିନ ଥିଲା। ପ୍ରକୃତିର କୋଳେ ବସି ଭାବିଲି କି ପ୍ରକୃତି ଆମକୁ ସବୁକିଛି ଦେଇଛି। ତାକୁ ଅlମେ ପ୍ରତିବଦଳରେ କ’ଣ ଦେଇଛୁ? ଆମକୁ କିଏ ଯଦି ଘଡ଼ିଟିଏ ଦିଏ ଆମେ ଆନନ୍ଦିତ ହେଇଯାଉ। କିନ୍ତୁ ଆମର ହାତଟିଏ ଥିବାରୁ ଯେ ଅମେ ଘଡି ପିନ୍ଧି ପାରୁଛୁ। କେବେ ଏ’ କଥା ବିଚାର କରିଛେ? ଆମକୁ ଯିଏ ଏ’ ସୁନ୍ଦର ହାତ ଦେଇଛି, ତାକୁ କେବେ ଆମେ ଧନ୍ୟବାଦ୍ ଦେଇଛେ? ତେଣୁ ଭାବିଲି ଆର୍ଟ ଅଫ୍ ଗିଭିଂରେ ପ୍ରଥମେ ଆମେ ଭଗବାନଙ୍କୁ କୃତଜ୍ଞତା ଜ୍ଞାପନ କରି ପ୍ରକୃତିର ସୁରକ୍ଷା ପାଇଁ କିଛି କରିବା। କାରଣ ପ୍ରକୃତି ବଞ୍ଚିଲେହିଁ ମଣିଷ ବଞ୍ଚିବ।
– ଶ୍ରୀମୟୀ ମିଶ୍ର