ବ୍ରହ୍ମପୁର: କାର୍ଗିଲ ବିଜୟ ଦିବସର ୨୫ ବର୍ଷ ପୁର୍ତ୍ତି ଅବସରରେ ଭାରତୀୟ ଜନତା ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ ମଶାଲ ଶୋଭାଯାତ୍ରା ସହ ଏକ ଜନସଭା ଅନୁଷ୍ଠିତ ହୋଇଯାଇଛି। କାର୍ଗିଲ ଯୁଦ୍ଧରେ କିପରି ଭାରତୀୟ ସେନା ବାହିନୀ ନିଜ ପରାକ୍ରମ ଦେଖାଇ ପାକିସ୍ତାନକୁ ଧୂଳି ଚଟେଇ ଥିଲା ଏବଂ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆମେ ବିଜୟ ହେଇଥିଲେ, ସେହି ଅବିସ୍ମରଣୀୟ ଇତିହାସ ତଥା ଭାରତୀୟ ସେନାଙ୍କ ବଳିଦାନକୁ ମନେ ପକେଇବା ପାଇଁ ଏହି ବିଜୟ ଦିବସ ପାଳନ କରାଯାଇଥାଏ। ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସାରା ଭାରତ ବର୍ଷରେ ଏହି କାର୍ଗିଲ୍ ବିଜୟ ଉତ୍ସବ ପାଳନ କରାଯାଇଥାଏ। ଏହି ଅବସରରେ ଗଞ୍ଜାମ ଜିଲ୍ଲା ସହିଦ ଶ୍ରୀନିବାସଙ୍କ ଗ୍ରାମ ଜଗଦଳପୁରରୁ ଏକ ମଶାଲ ଜ୍ୟୋତି ଅଣାଯାଇ ଗିରୀରୋଡ଼ ଛକ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ଥାନୀୟ ଡାଇମଣ୍ଡ ଟ୍ୟାଙ୍କ ଜୁବଲି ଟାଉନ ହଲ୍ ଠାରେ ଏକ ଜନସଭା ଆୟୋଜିତ ହୋଇଥିଲା। ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସମ୍ମାନୀୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଦିଗପହଣ୍ଡି ବିଧାୟକ ଡ.ସିଦ୍ଧାନ୍ତ ମହାପାତ୍ର, ଜିଲ୍ଲା ସଭାପତି ଡ଼ା ସୁବାସ ସାହୁ, ମୁଖ୍ୟ ବକ୍ତା ଭାବେ ରାଜ୍ୟ ସମବାୟ ପ୍ରକୋଷ୍ଠ ସଂଯୋଜକ ଶ୍ରୀରଞ୍ଜନ ମଙ୍ଗରାଜ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି, ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ, କାର୍ଗିଲ୍ ଯୁଦ୍ଧରେ ସାମିଲ୍ ହେଇଥିବା ଭାରତୀୟ ବାୟୁସେନାର ଉଚ୍ଚ ପଦସ୍ଥ ଅଧିକାରୀ ମନୋରଞ୍ଜନ ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି କାର୍ଯ୍ୟକ୍ରମରେ ମଞ୍ଚ ସଂଯୋଜନା ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର କରିଥିବା ବେଳେ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ବାପି ପ୍ରଧାନ, କେ. ଚନ୍ଦ୍ରଶେଖର ଦାସ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କେ. ରବି ରାଓ, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ମାତା ପ୍ରସାଦ ନାୟକ, କର୍ପୋରେଟର ବନିତା ସାହୁ, କିଶୋର କୁମାର ସାହୁ, ବିଜୟ ପାତ୍ର, କମଲ୍ ପାତ୍ର, ଡି. ସୁରେଶ ରେଡ଼ୀ, ରାଜ୍ୟ ପ୍ରବକ୍ତା ଟି.ଗୋପି, ଜିଲ୍ଲା ଉପସଭାପତି ଗଙ୍ଗାଧର ଶତପଥି, ରାମକୁମାର ପାତ୍ର, ପରେଶ ଚନ୍ଦ୍ର ରଥ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ସିଦ୍ଧାନ୍ତ ଗଙ୍ଗଦେବ, ମହନ୍ତ ଚିନ୍ମୟାନନ୍ଦ ଦାସ, ରାଜେଶ କୁମାର ସାହୁ, ଆଇନଜୀବି ପିତବାସ ପଣ୍ଡା, ଅଶୋକ ଶୁକ୍ଳା, ବ୍ରହ୍ମପୁର ଜୋନ୍ ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁ, ଜିଲ୍ଲା ସମ୍ପାଦିକା ରତ୍ନଗର୍ଭା ସରସ୍ଵତୀ ଦେବୀ, ଏସ୍. ରାଣୀ, ରାଜୀବ ମିଶ୍ର, ବାଳକୃଷ୍ଣ ସାମନ୍ତରାୟ,ଏଲ୍ ମହୋନ ଦାସ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର, ସୁରେଶ ପାଢ଼ୀ, ବ୍ରହ୍ମପୁର ମହାନଗର ପ୍ରଭାରୀ ରାମ ସାମଲ, ମଣ୍ଡଳ ସଭାପତି ଧର୍ମରାଜ ପାଣିଗ୍ରାହୀ, ଭାବଗ୍ରାହୀ ପାଳ, ସରୋଜ ପାତ୍ର,ଚଣ୍ଡୀ ଚରଣ ସାହୁ, ଶିବ ପାତ୍ର, ରାଜେଶ ପଟ୍ଟନାୟକ, ପ୍ରବୀର ପାତ୍ର, ଡା. ଅମୁଲ୍ୟ ଚୈଧୁରୀ, ସ୍ମିତାସ୍ନିଗ୍ଧା ପାତ୍ର, ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା, ଉପସଭାନେତ୍ରୀ ମୋନିତା ଦାସ, ଏସ୍.ଶ୍ରନିବାସ, କୁଞ୍ଜବିହାରୀ ପଣ୍ଡା, ଦେବୁନ୍ ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ପଲେଇ, ଲିପୁନ୍ ପଟ୍ଟନାୟକ ଏବଂ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୋମନାଥ ପାତ୍ର ପ୍ରମୂଖ ଉପସ୍ଥିତ ଥିଲେ।