Tuesday, December 24, 2024

ରାଜଧାନୀରେ ଜାନୁଆରୀ ୨୬ରୁ ଆଦିବାସୀ ମେଳା

ଭୁବନେଶ୍ୱର: ଜାନୁଆରୀ ୨୬ରୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେବ ଆଦିବାସୀ ମେଳା। ଭୁବନେଶ୍ୱରର ୟୁନିଟ- ୧ ସ୍ଥିତ ଆଦିବାସୀ ପଡ଼ିଆରେ ଜାନୁଆର ୨୬ରୁ ଫେବୃଆରୀ ୫ ଯାଏଁ ଏହି ମେଳା ଚାଲିବ। ପାରମ୍ପରିକ ଆଦିବାସୀ ହାଟ, ଆଦିବାସୀ କଳା ଓ ହସ୍ତଶିଳ୍ପର ଷ୍ଟଲଗୁଡ଼ିକ ବୁଲିବା ସହ ରାଜଧାନୀବାସୀ ମାଟି ପଲମରୁ ଚକୁଳି, କାଠ ଚୁଲି ତିଆରି ମଣ୍ଡା ଆରିସା ଖାଇବା ସହ ବିିଭିନ୍ନ ସାମଗ୍ରୀ କିଣିପାରିବେ। ଏଥିପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ। ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଆଦିବାସୀ ମେଳାରେ ପାରମ୍ପରିକ ଆଦିବାସୀ ହାଟ, ଆଦିବାସୀ କଳା ଓ ହସ୍ତଶିଳ୍ପର ଷ୍ଟଲଗୁଡ଼ିକ ରହିବ। ୨୨ଟି ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା, ୧୭ଟିି ସୂକ୍ଷ୍ମ ପରିଯୋଜନା କ୍ଷେତ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ଏହି ମେଳା ଆୟୋଜିତ ହେବ।

ଚଳିତବର୍ଷ ଆଦିବାସୀ ହାଟରେ ମୁଖ୍ୟତଃ କୁଟିଆ କନ୍ଧ, ସାନ୍ତାଳୀ, ପାଉଡ଼ି ଭୂୟାଁ, ଖରିଆ ଓ ମାଙ୍କିଡ଼ିଆ, ଜୁଆଙ୍ଗ, ମୁଣ୍ଡା, ଗଡ଼ବା, ଡଙ୍ଗରିଆ କନ୍ଧ, ଲାଞ୍ଜିଆ ସୌରା, ବଣ୍ଡା ଓ ଚକୁଟିଆ ଭୁଞ୍ଜିଆ ପ୍ରମୁଖ ଜନଜାତି ସମ୍ପ୍ରଦାୟର ସଦସ୍ୟମାନେ ଯୋଗ ଦେବେ। ୧୧ଦିନ ଧରି ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୩୯ଟି ସାଂସ୍କୃତିକ ଗୋଷ୍ଠୀ ଆଦିବାସୀ ନୃତ୍ୟ ପରିବେଷଣ କରିବା ସହ ବିଭାଗ ଦ୍ୱାରା ଆୟୋଜିତ ନାଟକ ମଞ୍ଚସ୍ଥ କରିବେ। ମେଳା ଅପରାହ୍ନ ସାଢ଼େ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles