Thursday, June 19, 2025

ଲିଙ୍ଗଗତ- ସମାବେଶୀ ଯୋଗାଯୋଗ ଉପରେ ମାର୍ଗଦର୍ଶିକା’ର ଶୁଭାରମ୍ଭ କଲେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଜୁବିନ୍ ଇରାନୀ

ନୂଆଦିଲ୍ଲୀ: ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଜୁବିନ୍ ଇରାନୀ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ‘ଜେଣ୍ଡର- ଇନକ୍ଲୁସିଭ୍ କମ୍ୟୁନିକେସନ୍’ ବା ଲିଙ୍ଗଗତ- ସମାବେଶୀ ଯୋଗାଯୋଗ ଉପରେ ଏକ ମାର୍ଗଦର୍ଶିକାର ଶୁଭାରମ୍ଭ କରିଛନ୍ତି। ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ (ଏଲବିଏସଏନଏଏ) ମିଳିତ ଜାତିସଂଘ ମହିଳା ଏବଂ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହଯୋଗରେ “ଜେଣ୍ଡର-ଇନକ୍ଲୁସିଭ୍ କମ୍ୟୁନିକେସନ” ବା ଲିଙ୍ଗଗତ- ସମାବେଶୀ ଯୋଗାଯୋଗ ଶୀର୍ଷକ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିଥିଲା। ଅଂଶୀଦାରମାନଙ୍କ ସହିତ ବ୍ୟାପକ ବିଚାର ବିମର୍ଶର ଫଳସ୍ୱରୂପ, ମାର୍ଗଦର୍ଶିକା ଲିଙ୍ଗଗତ- ସମାବେସୀ ଭାଷାର ବ୍ୟବହାର ଉପରେ ସୁପାରିଶ ଏବଂ ଉଦାହରଣ ପ୍ରଦାନ କରେ ଯାହା ଏକ ନିର୍ଦ୍ଦିଷ୍ଟ ଲିଙ୍ଗ କିମ୍ବା ସାମାଜିକ ଲିଙ୍ଗ ପ୍ରତି ପକ୍ଷପାତକୁ ଏଡାଇଥାଏ ଏବଂ ଲିଙ୍ଗଗତ ଧାରଣାକୁ ପ୍ରକାଶ କିମ୍ବା ବଢ଼ାଇବାର ସମ୍ଭାବନା କମ୍ ଥାଏ। ଏହି ମାର୍ଗଦର୍ଶିକାରେ ଇଂରାଜୀ, ହିନ୍ଦୀ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାର ବ୍ୟବହାରକୁ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା “ହ୍ୟାଣ୍ଡବୁକ୍ ଅନ୍ କମ୍ବ୍ୟାଟିଂ ଜେଣ୍ଡର ଷ୍ଟିରିଓଟାଇପ୍ସ” ଏବଂ ଭାରତୀୟ ନାଗରିକଙ୍କ ଆବଶ୍ୟକତା ଅନୁଯାୟୀ ବ୍ୟବହାର ଯୋଗ୍ୟ କରାଯାଇଥିବା ଅନ୍ୟାନ୍ୟ ଜାତୀୟ ଏବଂ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ଉପରେ ଧାରିତ। ଏହି ମାର୍ଗଦର୍ଶିକାରେ ଲିଙ୍ଗ ସମ୍ବନ୍ଧୀୟ ସଂଶୋଧନ ପାଇଁ ଏକ ଯାଂଚ ତାଲିକା ଏବଂ ଅଧିକ ରେଫରେନ୍ସ ପାଇଁ ମୁଖ୍ୟ ସମ୍ବଳ ମଧ୍ୟ ଅନ୍ତର୍ଭୁକ୍ତ । ସରକାରୀ ଅଧିକାରୀ, ପ୍ରଶାସନିକ କର୍ମଚାରୀ, ଗଣମାଧ୍ୟମ ପେସାଦାର, ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ଦ୍ୱାରା ଦସ୍ତାବିଜ ଏବଂ ଯୋଗାଯୋଗର ଲିଙ୍ଗଗତ-ସମାବେସୀ ଲେଖା, ସମୀକ୍ଷା ଏବଂ ଅନୁବାଦରେ ସହାୟତା କରିବା ପାଇଁ ଏହି ମାର୍ଗଦର୍ଶିକା ଉଦ୍ଦିଷ୍ଟ । ଏହାର ଉଦ୍ଦେଶ୍ୟ ହେଉଛି ସଚେତନତା ବୃଦ୍ଧି କରିବା, ଲିଙ୍ଗଗତ ନିରପେକ୍ଷତା ଏବଂ ଅନ୍ତର୍ଭୁକ୍ତୀକରଣ ପ୍ରତି ପ୍ରତିବଦ୍ଧତା ସହିତ ଦୈନନ୍ଦିନ ଯୋଗାଯୋଗକୁ ନେଭିଗେଟ୍ କରିବା ପାଇଁ ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରିବା ଏବଂ ମୌଳିକ ଭାବରେ ଏକ ସମାଜ ପ୍ରତି କାହାଣୀକୁ ପୁନଃଗଠନ କରିବା ଯେଉଁଠାରେ ଭାଷା ସକାରାତ୍ମକ ପରିବର୍ତ୍ତନର ଏଜେଣ୍ଟ ପାଲଟିଯାଏ । ଦୈନନ୍ଦିନ ଭାଷାରେ ଥିବା ଅନ୍ତର୍ନିହିତ ପକ୍ଷପାତିତାକୁ ଆଲୋକପାତ କରି ଏବଂ ସ୍ୱୀକାର କରି, ମାର୍ଗଦର୍ଶିକା ପରିବର୍ତ୍ତନ ପାଇଁ ଉତପ୍ରେରକ ଭାବରେ କାର୍ଯ୍ୟ କରିପାରିବ।

ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଜୁବିନ୍ ଇରାନୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀ ମୁଞ୍ଜପାରା ମହେନ୍ଦ୍ରଭାଇ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବ ଶ୍ରୀ ଇନ୍ଦେଭର ପାଣ୍ଡେ, ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ସଚିବ ଶ୍ରୀ କେ. ଶ୍ରୀନିବାସ, ଏଲବିଏସଏନଏଏର ନିର୍ଦ୍ଦେଶକ ତଥା ଜାତୀୟ ଲିଙ୍ଗ ଓ ଶିଶୁ କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀରାମ ତରଣୀକାନ୍ତି, ମିଳିତ ଜାତିସଂଘ ମହିଳା ମହିଳା ଶାଖାର ଭାରତର ପ୍ରତିନିଧି ସୁସାନ୍ ଫର୍ଗୁସନ୍, ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ଭାରତର ନିର୍ଦ୍ଦେଶକ ଶ୍ରୀ ହରି ମେନନ ଏବଂ ଏଲବିଏସଏନଏଏ ଓ ଜାତୀୟ ଲିଙ୍ଗ ଏବଂ ଶିଶୁ କେନ୍ଦ୍ରର ଉପନିର୍ଦ୍ଦେଶକ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଦିଶା ପନ୍ନୁ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ବିଭିନ୍ନ ସରକାରୀ ମନ୍ତ୍ରଣାଳୟ ଓ ବିଭାଗର ବରିଷ୍ଠ ଅଧିକାରୀ, ମିଳିତ ଜାତିସଂଘର ବିଭିନ୍ନ ସଂସ୍ଥାର ବିଶେଷଜ୍ଞ, ଜାତୀୟ ମହିଳା ଆୟୋଗ, ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରତିନିଧି ଏବଂ ଅନ୍ୟ ବରିଷ୍ଠ ବିଶିଷ୍ଟ ବ୍ୟକ୍ତି ଓ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ। ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀ ମୁଞ୍ଜପାରା ମହେନ୍ଦ୍ରଭାଇ, ମହିଳା ସଶକ୍ତୀକରଣ ପାଇଁ ସରକାରଙ୍କ ପ୍ରମୁଖ ପ୍ରୟାସ ସମ୍ପର୍କରେ ବର୍ଣ୍ଣନା କରିଥିଲେ, ଯେଉଁଠାରେ ମହିଳାମାନେ କେବଳ ସମାନ ଅଂଶୀଦାର ହୁଅନ୍ତି ନାହିଁ ବରଂ ମହିଳାମାନେ ନେତୃତ୍ୱ ନେଉଛନ୍ତି ସେଠାରେ କିପରି ଆଦର୍ଶ ପରିବର୍ତ୍ତନ ହେଉଛି ଏହି ମାର୍ଗଦର୍ଶିକା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଲିଙ୍ଗଗତ ସମାବେଶୀ ଯୋଗାଯୋଗ ଉପରେ ଏହି ମାର୍ଗଦର୍ଶିକା କିପରି ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଦିଗରେ ଦେଶର ପ୍ରୟାସରେ ଏକ ସମ୍ପତ୍ତି ଭାବରେ କାର୍ଯ୍ୟ କରିପାରିବ ସେ ବିଷୟରେ ଆଲୋକପାତ କରିଥିଲେ। ମହିଳା ସଶକ୍ତୀକରଣ ପାଇଁ ସରକାରଙ୍କ ଦ୍ୱାରା ନିଆଯାଉଥିବା ପ୍ରମୁଖ ପ୍ରୟାସ ସମ୍ପର୍କରେ ମହିଳା ଓ ଶିଶୁ ବିକାଶ ସଚିବ ଶ୍ରୀ ଇନ୍ଦେଭର ପାଣ୍ଡେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ଲିଙ୍ଗଗତ ସମାବେଶୀ ଯୋଗାଯୋଗ ଉପରେ ଏହି ମାର୍ଗଦର୍ଶିକା କିପରି ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଦିଗରେ ଦେଶର ପ୍ରୟାସରେ ଏକ ସମ୍ପତ୍ତି ଭାବରେ କାର୍ଯ୍ୟ କରିପାରିବ ସେ ବିଷୟରେ ଆଲୋକପାତ କରିଥିଲେ।

ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ସଚିବ ଶ୍ରୀ କେ. ଶ୍ରୀନିବାସ ସ୍ମରଣ କରି କହିଥିଲେ ଯେ, ସେ ଏଲବିଏସଏନଏଏର ନିର୍ଦ୍ଦେଶକ ଥିବା ସମୟରେ ମନ୍ତ୍ରୀ ସ୍ମୃତି ଜୁବିନ୍ ଇରାନୀଙ୍କ ତତ୍ତ୍ୱାବଧାନରେ ଏଭଳି ଏକ ‘ମାର୍ଗଦର୍ଶିକା’ ପ୍ରସ୍ତୁତ କରିବାର ଧାରଣା ଗ୍ରହଣ କରାଯାଇଥିଲା ଏବଂ ଏହି ମୌଳିକ କାର‌୍ୟ୍ୟ ଆରମ୍ଭ କରିବା ତାଙ୍କର ସୌଭାଗ୍ୟର ବିଷୟ ଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ‘ଲେକ୍ସିକୋନ୍’ର ମୁକ୍ତି ଏକ ଯୁଗାନ୍ତକାରୀ ପଦକ୍ଷେପ କାରଣ ଏହା ବୋଧହୁଏ ବିଶ୍ୱର କୌଣସି ସ୍ଥାନରେ କରାଯାଇଥିବା ଏଧରଣର ପ୍ରଥମ ଅଭ୍ୟାସ। ଏଲବିଏସଏନଏଏର ନିର୍ଦ୍ଦେଶକ ତଥା ଜାତୀୟ ଲିଙ୍ଗ ଓ ଶିଶୁ କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀରାମ ତରଣୀକାନ୍ତି, ଏହି ମାର୍ଗଦର୍ଶିକାର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ “ଇତିହାସରେ ପ୍ରଥମ ଥର ପାଇଁ ଆମେ ଯୋଗାଯୋଗର ଏକ ଉପଯୁକ୍ତ ଭାଷା ବିଷୟରେ କହୁଛୁ ଯାହା ସମସ୍ତ ଲିଙ୍ଗ ବିଷୟରେ ସମାନ ରୂପରେ କଥାବାର୍ତ୍ତା କରିବାରେ ସହାୟକ ହେବ । ଯେତେବେଳେ ଏହା ଯୋଗାଯୋଗର ଭାଷା ଭାବେ ବ୍ୟବହାର ହୁଏ, ସେତେବେଳେ ଏହା ଭାଷା ଏବଂ ସମ୍ପର୍କ ସ୍ଥିର କରେ। ଏହି ଅବସରରେ ବିଏମଜିଏଫର ନିର୍ଦ୍ଦେଶକ ଶ୍ରୀ ହରି ମେନନ ତାଙ୍କ ଅଭିଭାଷଣରେ ଆଲୋକପାତ କରି କହିଥିଲେ ଯେ ବିଗତ କିଛି ବର୍ଷ ମଧ୍ୟରେ, ବିଶେଷ କରି ଜି-୨୦ର ଅଧ୍ୟକ୍ଷତା ସମୟରେ ବିଗତ ୧୨ ମାସ ମଧ୍ୟରେ ଦେଶ କିପରି ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଧାର୍ଯ୍ୟ ଦୃଷ୍ଟିକୋଣକୁ ଆକାର ଦେଇଛି ଏବଂ ଏହା ଦ୍ୱାରା ଭାରତ ମହିଳା ନେତୃତ୍ୱାଧୀନ ବିକାଶର ଆଲୋଚନାକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ସାହାଯ୍ୟ କରିଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତବ୍ୟ ରଖି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ୍ ଇରାନୀ ଲିଙ୍ଗଭିତ୍ତିକ ଭାଷାକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମହିଳା ନେତୃତ୍ୱାଧୀନ ବିକାଶର ଆହ୍ୱାନ ଦେଶ ପାଇଁ ଏକ ଜାତୀୟ ପ୍ରାଥମିକତା ପାଲଟିଛି ଏବଂ ଆମେ ମହିଳାମାନଙ୍କୁ ସଶକ୍ତ କରିବା ଏବଂ ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସୁରକ୍ଷିତ, ସମାନ ଏବଂ ନ୍ୟାୟପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ଦିଗରେ ବହୁତ ଅଗ୍ରଗତି କରୁଛୁ । ଉପଯୁକ୍ତ ଭାଷାର ବ୍ୟବହାର ଏହି ଯାତ୍ରାର ଏକ ପ୍ରମୁଖ ଉପାଦାନ । ଭିନ୍ନକ୍ଷମଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମହାଶୟଙ୍କ ‘ଦିବ୍ୟାଙ୍ଗ’ର ବ୍ୟବହାର ଏହି ସମୁଦାୟ ବିଷୟରେ ଥିବା ଧାରଣାର ମୁକାବିଲା କରିବାରେ ସହାୟକ ହୋଇଛି ଏବଂ ଏହା ଏକ ଉତ୍ତମ ଉଦାହରଣ । ସେ ଆହୁରି ମଧ୍ୟ କହିଥିଲେ ଯେ, ପୂର୍ବାହ୍ନରେ ମନ୍ତ୍ରଣାଳୟ ପକ୍ଷରୁ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଅଙ୍ଗନୱାଡି ପ୍ରୋଟୋକଲ ଜାରି କରାଯାଇଥିଲା ଏବଂ ଅପରାହ୍ନରେ “ଜେଣ୍ଡର ଇନକ୍ଲୁସିଭ୍ – କମ୍ୟୁନିକେସନ୍ ” ବା ଲିଙ୍ଗଗତ- ସମାବେଶୀ ଯୋଗାଯୋଗ ଉପରେ ଏକ ମାର୍ଗଦର୍ଶିକା ଜାରି କରାଯାଇଥିଲା । ଶ୍ରୀମତୀ ଇରାନୀ ଏହି ମାର୍ଗଦର୍ଶିକା ଯୋଗୁଁ ଆଜିର କ୍ଷମତାର ଭାଷା କିପରି ସହାନୁଭୂତି ଏବଂ ସମାନତା ଦ୍ୱାରା ସଜ୍ଜିତ ହୋଇଛି ସେ ବିଷୟରେ ଆଲୋକପାତ କରିଥିଲେ। କେନ୍ଦ୍ରମନ୍ତ୍ରୀ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଏହି ଶବ୍ଦକୋଷର ନକଲ ଖୁବ୍ ଶୀଘ୍ର ସମଗ୍ର ଦେଶର ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ ବୋଲି ଚାହୁଁଥିଲେ । ମନ୍ତ୍ରୀ ଆହ୍ୱାନ ଦେଇଥିଲେ ଯେ ଲିଙ୍ଗଗତ- ସମାବେଶୀ ଭାଷା ଗ୍ରହଣ କରି ଆମେ ଧାରଣାକୁ ଚ୍ୟାଲେଞ୍ଜ କରିପାରିବା ଏବଂ ସମସ୍ତଙ୍କ ପାଇଁ ଏକ ଅଧିକ ସମ୍ମାନଜନକ ଏବଂ ସମାନ ପରିବେଶକୁ ପ୍ରୋତ୍ସାହିତ କରିପାରିବା ।

ଏହି ଅବସରରେ ଅତିଥିମାନେ କହିଥିଲେ ଯେ, ଭାଷା କେବଳ ଅଭିବ୍ୟକ୍ତିର ମାଧ୍ୟମ ନୁହେଁ, ଏହା ଆମର ମୂଲ୍ୟବୋଧ ଓ ନୀତିର ପ୍ରତିଫଳନ ବୋଲି ଆଲୋକପାତ କରିଥିଲେ । ଆମ ସମାଜରେ ଥିବା ବିବିଧ ଦୃଷ୍ଟିକୋଣ ଏବଂ ପରିଚୟ ପ୍ରତି ଅଧିକ ସମ୍ବେଦନଶୀଳତା ସହିତ କେବଳ ଦକ୍ଷତାର ସହ ଯୋଗାଯୋଗ କରିବା ପାଇଁ ଆମ ପ୍ରଶାସନିକ କର୍ମଚାରୀମାନଙ୍କୁ ସଶକ୍ତ କରିବାରେ ଏହି ନିର୍ଦ୍ଦେଶାବଳୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବିଶିଷ୍ଟ ବ୍ୟକ୍ତିମାନେ କହିଥିଲେ । ସମ୍ମାନ ଏବଂ ବୁଝାମଣାର ସଂସ୍କୃତିକୁ ପ୍ରୋତ୍ସାହିତ କରି, ଆମେ ଏକ ପ୍ରଶାସନିକ ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ ଯାହା କେବଳ ଏହାର ‌କାର୍ଯ୍ୟରେ ପ୍ରଭାବଶାଳୀ ନୁହେଁ ବରଂ ଅନ୍ତର୍ଭୁକ୍ତୀକରଣ ଏବଂ ସହାନୁଭୂତି ସହିତ ମଧ୍ୟ ପ୍ରତିଫଳିତ ହୁଏ। ଏହି ମାର୍ଗଦର୍ଶିକାଗୁଡ଼ିକ ଆମର ପ୍ରଶାସନିକ କର୍ମଚାରୀ, ବିଶେଷକରି ସାଧାରଣ ନାଗରିକମାନଙ୍କ ପାଇଁ ଏକ ରୋଡମ୍ୟାପ୍ ପ୍ରଦାନ କରିଥାଏ, ଯାହା ସୁନିଶ୍ଚିତ କରେ ଯେ ସେମାନଙ୍କର ଯୋଗାଯୋଗ ସମସ୍ତଙ୍କ ପାଇଁ ସମାନ ସକାରାତ୍ମକ ସାମାଜିକ ପରିବର୍ତ୍ତନ ପାଇଁ ଉତପ୍ରେରକ ହେବା ଉଚିତ୍।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles