ହାଇଦ୍ରାବାଦ: ହାଇଦ୍ରାବାଦରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରାଯାଇଛି। ଏହି ଘଟଣାରେ ଆତଙ୍କବାଦୀ ସଂଗଠନ ISIS ସହ ଜଡିତ ଦୁଇ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ଉଭୟ ଯୁବକ ହାଇଦ୍ରାବାଦରେ ବିସ୍ଫୋରଣ କରିବାକୁ ଯୋଜନା କରୁଥିଲେ। ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ପୋଲିସର ମିଳିତ ଅପରେସନରେ ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି। ଜଣେ ଅଭିଯୁକ୍ତଙ୍କୁ ବିଜୟନଗରମରୁ ଏବଂ ଅନ୍ୟ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ବୋମା ତିଆରିରେ ବ୍ୟବହୃତ ଆମୋନିଆ, ସଲଫର ଏବଂ ଆଲୁମିନିୟମ ପାଉଡର ଭଳି ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ସୂରଜ ଓରଫ ରେହମାନ (୨୯) ଏବଂ ସଇଦ ସମୀର (୨୮) ଭାବରେ ଚିହ୍ନଟ କରାଯାଇଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଉଭୟ ସାଉଦି ଆରବରେ ଅବସ୍ଥିତ ISIS ହ୍ୟାଣ୍ଡଲରଙ୍କ ସହ ସମ୍ପର୍କରେ ଥିଲେ ।