Wednesday, June 18, 2025

ୟାଙ୍କ ଭିତରେ କିଛି ଅଛି କି? କିଛି ତ’ ଅଛି ..

ଭୁବନେଶ୍ୱର: ୟାଙ୍କ ଭିତରେ କିଛି ଅଛି କି? କିଛି ତ’ ଅଛି। ହଁ ଆଜ୍ଞା ବିବାଦ ଅଛି। ଏକଦା ଉପ- ମୁଖ୍ୟମନ୍ତ୍ରୀ ତଥା ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦୀ ଥିଲେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାସ। କ୍ରମାଗତ ଭାବରେ ନିମାପଡ଼ା ବିଧାନସଭା ଆସନରୁ ବିଜେପିରୁ ପ୍ରଭାତୀ ପରିଡ଼ା ଏବଂ ବିଜେଡିରୁ ସମୀର ଦାସ ପାର୍ଥି ହୋଇ ଆସୁଥିଲେ ଏବଂ ପ୍ରତ୍ୟେକ ଥର ସମୀର ଦାସ ପ୍ରଭାତୀ ପରିଡ଼ାଙ୍କୁ ପରାସ୍ତ କରି ଆସୁଥିଲେ। କିନ୍ତୁ ଚଳିତ ଥର ସ୍ଥିତି ବଦଳିଗଲା। ବିଜେଡିରୁ ପାର୍ଥି ହେଉନଥିବା ଜାଣି ସମୀର ଦାସ ବିଜେଡି ଛାଡ଼ି ଆସି ବିଜେପିରେ ଯୋଗଦେଲେ। ବିଜେଡି ଉପରେ ପ୍ରତିଶୋଧ ନେବାକୁ ଯାଇ ପ୍ରଭାତୀ ପରିଡ଼ାଙ୍କ ପାଇଁ ସବୁ ଶକ୍ତି ଲଗାଇ ପ୍ରଭାତୀଙ୍କ ବିଜୟର ମୁଖ୍ୟ ଭୂମିକା ସାଜିଲେ ସମୀର ଦାସ। ହେଲେ ବିଧାୟିକା ଏବଂ ପରେ ଉପମୁଖ୍ୟମନ୍ତ୍ରୀ ହେବା ପରେ ସମୀର ଦାସଙ୍କ ସବୁ ସାହାଯ୍ୟ ସହଯୋଗ ଭୁଲିଗଲେ ପ୍ରଭାତୀ ପରିଡ଼ା। ସମୀର ଦାସ ମଧ୍ୟ ଜଣେ ପୋଖତ ରାଜନେତା ତଥା ଜଣେ ଭଲ ସଙ୍ଗଠକ। ନିଜର ସ୍ୱାଭିମାନ ରଖି ସେ ପ୍ରଭାତୀ ପରିଡ଼ାଙ୍କ ପାଖରେ ନତମସ୍ତକ ହୋଇ ପାରିଲେ ନାହିଁ। ଏମିତିରେ ଅତିତରେ ସମୀର ଦାସଙ୍କ ଠାରୁ ବାରମ୍ବାର ପରାଜିତ ହୋଇଥିବା କାରଣରୁ ଏବଂ ନିଜର ଭବିଷ୍ୟତ ରାଜନୀତି ପାଇଁ ସମୀରଙ୍କ ପ୍ରତି ପ୍ରଭାତୀ ପରିଡ଼ାଙ୍କ ମନ ଭିତରେ ଏକ ଭୟ ରହିଲା। ତେଣୁ ଉଭୟ ନେତା – ନେତ୍ରୀ ଏବେ ବିଜେପିରେ ଥିଲେ ମଧ୍ୟ ଉଭୟଙ୍କ ଭିତରେ ଆଦୌ ଭଲ ସଂପର୍କ ନଥିବା କୁହାଯାଉଛି। ଉଭୟଙ୍କ ମଧ୍ୟରେ ରହିଥିବା ବିବାଦ ନିମାପଡ଼ା ମାଟିରେ ବାରମ୍ବାର ଦୃଶ୍ୟମାନ ହେଉଛି। ନିକଟରେ ତ୍ରିରଙ୍ଗା ଯାତ୍ରାରେ ମଧ୍ୟ ତାହା ପ୍ରତିଫଳିତ ହୋଇଛି। ପ୍ରଭାତୀ ନିମାପଡ଼ାରେ ତ୍ରିରଙ୍ଗା ଯାତ୍ରାରେ ଯୋଗଦେଇଥିବା ବେଳେ ଗୋପରେ ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ଯାତ୍ରାରେ ଯୋଗଦେଇଥିଲେ ସମୀର ଦାସ। ଇଏ ହେଇନି କିଛି, ଦେଖାଯାଉ ଆଗକୁ କ’ଣ ହେଉଛି ..

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles