Thursday, June 19, 2025

୦୩, ଜାନୁଆରୀ, ୨୦୨୪ (ବୁଧବାର): ଜାଣନ୍ତୁ ଆପଣଙ୍କ ଆଜିର ରାଶିଫଳ ..

ଆଳସ୍ୟ ଅନୁଭବ କରିପାରନ୍ତି। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ।

ଭ୍ରମଣାଦି ଶାନ୍ତିପୂର୍ଣ୍ଣ ହେବ। ଦ୍ରବ୍ୟ ନଷ୍ଟର ସମ୍ଭାବନା ଅଛି। ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। କୃଷି କର୍ମକାରୀ ହେବେ। ଯାନବାହନ ସୁଖ ମିଳିବ। ସୁଖଭୋଗ ଲାଭ କରିବେ।

ପ୍ରେମ ଘଟଣାରେ ସଫଳ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ଭ୍ରାତୃଭାବ ଅତୁଟ ରହିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରଜ୍ଞ ହେବେ।

କୌଣସି କାର୍ଯ୍ୟକୁ ନେଇ ନିଜେ ନିଜକୁ ସଙ୍କୁଚିତ ମନେ କରିବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଧନାଗମ ହେବାର ସୂଚନା ମିଳୁଛି। ମିଷ୍ଟଭାଷୀ ହୋଇପାରନ୍ତି। ଚଞ୍ଚଳମନା, କୀର୍ତ୍ତିମାନ୍‌, ଅତି ସୁଖୀ ହେବେ।

ବାଣିଜ୍ୟ- ବ୍ୟବସାୟରେ ଆୟ ବୃଦ୍ଧି ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସରକାରୀ ଓ ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ।

ବିପଦର ସୂଚନା ପାଇପାରନ୍ତି। କାର୍ଯ୍ୟ କଷ୍ଟସାଧ୍ୟ ହୋଇପାରେ। ଅସୁବିଧାରୁ ଉଧୁରିବାକୁ ହେଲେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। କଅଁଳ କଥାରେ ଅନ୍ୟକୁ ଭୁଲାଇ ପାରିବେ। ଚଞ୍ଚଳ ପ୍ରକୃତିର ହେବେ। ଆନନ୍ଦ ଉପଭୋଗ କରିପାରନ୍ତି।

ଚିନ୍ତାରୁ ମୁକ୍ତି ପାଇବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଚିନ୍ତାଧାରା ଉନ୍ନତମାନର ହେବ। ପ୍ରୀତିଭୋଜନ ମିଳିପାରେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଗୁଣଜ୍ଞ ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି। ପ୍ରସନ୍ନତା ଲାଭ କରିବେ।

ଧନ ସଞ୍ଚୟ ପାଇଁ ମନ ବଳାଇ ପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ଭୋଗ- ବିଳାସ କରିପାରନ୍ତି। ସମ୍ମାନ ବୃଦ୍ଧି ହେବ। ଉପୁଜି ଥିବା ସମସ୍ୟାର ସମାଧାନ ହେବ। ପ୍ରବଳ ଉଦ୍ୟମ କରି କାର୍ଯ୍ୟ ହାସଲ କରିବେ।

ପିଲା ମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ମନରେ ଭକ୍ତିଭାବ ଜାଗ୍ରତ ହେବ। ଠାକୁରଙ୍କ ଦର୍ଶନ ଲାଭ କରିବାର ସୌଭାଗ୍ୟ ଉଦୟ ହୋଇଛି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜନୈକା ମହିଳାଙ୍କ ଦ୍ବାରା ଉପକୃତ ହେବେ। ପ୍ରତିଯୋଗିତାରେ ବିଜୟୀ ହେବେ।

ପାରିବାରିକ କ୍ଷେତ୍ରରେ ଉନ୍ନତି ଘଟିବ। ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଆପଣଙ୍କ ପାଇଁ ପୀଡ଼ାଦାୟକ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ-ବ୍ୟବସାୟ ଲାଭଜନକ ହୋଇପାରେ।

ଯାନବାହନ କିଣିବାର ସୁଯୋଗ ସୃଷ୍ଟି ହୋଇଛି। ସମ୍ମାନିତ ହେବେ। ଦାୟିତ୍ବ ନିର୍ବାହ କରି ପ୍ରଶଂସାର ପାତ୍ର ହେବେ। ପାରିବାରିକ ସୁଖ ମିଳିବ। ଯଶ ଅର୍ଜନ କରି ଆତ୍ମତୃପ୍ତି ଲାଭ କରିବେ। ବନ୍ଧୁ ସହାୟତା ମିଳିବ। ପତ୍ନୀଙ୍କ ଇଙ୍ଗିତରେ ଚଳିବେ।

କୌଣସି କାରଣରୁ କ୍ରୋଧିତ ହୋଇପାରନ୍ତି। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବଳବାନ୍‌ ହେବେ। ଶତ୍ରୁ ଦମନ କରିବାରେ ସକ୍ଷମ ହୋଇପାରନ୍ତି। ଜନ କଲ୍ୟାଣ ଲାଭ କରିବେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles