ଶକାବ୍ଦ- ୧୯୪୫, ସମ୍ବତ- ୨୦୮୦, ଦିଲ୍ଲୀ ସ୍ବରାଦ୍ଧ- ୧୪୩୧, ସମ୍ବତ୍ସର-ପିଙ୍ଗଳ, ଋତୁ- ହେମନ୍ତ (ଦ୍ବିତୀୟ ମାସ), ସୂର୍ଯ୍ୟ- ଦକ୍ଷିଣାୟନ। ସୁର୍ଯ୍ୟୋଦୟ- ଘ୬/୨୬/୫୪, ସୂର୍ଯ୍ୟାସ୍ତ- ଘ୫/୧୬/୬। ପୌଷ ମାସ, କୃଷ୍ଣ ପକ୍ଷ, ପଣ୍ଡିତ ବାସର, ତିଥି- ସପ୍ତମୀ ରାତ୍ରି ଘ୭/୫୪ମି ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ।, ନକ୍ଷତ୍ର- ଉତ୍ତରାଫାଲ୍ଗୁନୀ ନକ୍ଷତ୍ର ଦିବା ଘ୩/୩୬ମି ପର୍ଯ୍ୟନ୍ତ ତଦନ୍ତେ ହସ୍ତା ନକ୍ଷତ୍ର। ଚ଼ନ୍ଦ୍ର- କନ୍ୟାଚନ୍ଦ୍ର (ଅହୋରାତ୍ର)। ସୌର ଚଳନେ ଧନୁ ଦି୧୯ନ। ଯୋଗ- ସୌଭାଗ୍ୟଯୋଗ ମଳ ଦିବା ଘ୭/୦ମି ପର୍ଯ୍ୟନ୍ତ ତଦନ୍ତେ ଶୋଭନ ଯୋଗ। କରଣ- ବିଷ୍ଟିକରଣ ପ୍ରାତଃ ଘ୬/୩୬ମି ପର୍ଯ୍ୟନ୍ତ ତଦନ୍ତେ ବବକରଣ ରାତ୍ରି ଘ୭/୫୪ମି ପର୍ଯ୍ୟନ୍ତ। ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟ କୋଣରେ, ରାତ୍ରି ଘ୭/୫୪ମି ପରେ ଐଶାନ୍ୟ କୋଣରେ। ଅଗନ୍ତବ୍ୟତିଥି ଓ ବିଷ୍ଟିକରଣ ଦୋଷ ହେତୁ ପ୍ରାତଃ ଘ୬/୩୬ମି ପରେ ରାତ୍ରି ଘ୭/୫୪ମି ମଧ୍ୟେ ଯାତ୍ରାଶୁଭ। ବାୟୁକୋଣ, ପଶ୍ଚିମ ଦିଗ ଓ ନୈର୍ଋତ କୋଣକୁ ତ୍ୟାଗ କରି ଯାତ୍ରା କରାଯିବ। ଚନ୍ଦ୍ରଶୁଦ୍ଧି– ମେଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ଧନୁ ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।
ଘାତଚନ୍ଦ୍ର– ବୃଷ ରାଶିର ଘାତଚନ୍ଦ୍ର। ଘାତ ବାର– କର୍କଟ ରାଶିର ଘାତବାର। ତାରାଶୁଦ୍ଧି- ୨।୪।୫।୭।୯।୧୧।୧୩।୧୪।୧୬।୧୮।୨୦।୨୨।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ଦିବା ଘ୩/୩୬ମି ପରେ ୧।୩।୫।୬।୮।୧୦।୧୨।୧୪।୧୫।୧୭।୧୯।୨୧।୨୩।୨୪।୨୬ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି। ସାମ୍ବତ୍ସରିକ ଶ୍ରାଦ୍ଧ– ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ନିଷିଦ୍ଧ ଖାଦ୍ୟ- ତାଳ, ରାତ୍ରି ଘ୭/୫୪ମି ପରେ ନାରିକେଳ (ନଡ଼ିଆ)ଭକ୍ଷଣ ନିଷେଧ। ଅଶୁଭ ବେଳା- (କାଳବେଳା) ଦିବା ଘ୯/୧୦ମି ରୁ ଘ୧୦/୩୨ମି ପର୍ଯ୍ୟନ୍ତ। (ବାରବେଳା) ଦିବା ଘ୧୧/୫୩ମି ରୁ ଘ୧/୧୫ମି ପର୍ଯ୍ୟନ୍ତ। (କାଳରାତ୍ରି) ରାତ୍ରି ଘ୩/୧୦ମି ରୁ ଘ୪/୪୯ମି ପର୍ଯ୍ୟନ୍ତ। ଶୁଭ ବେଳା– (ଅମୃତ) ସୂର୍ଯ୍ୟୋଦୟ ରୁ ଦିବା ଘ୭/୧୫ମି ମଧ୍ୟେ, ଘ୮/୩ମି ରୁ ଘ୮/୫୧ମି ମଧ୍ୟେ, ଘ୧୧/୧୫ମି ରୁ ଘ୧/୩୯ମି ମଧ୍ୟେ, ସନ୍ଧ୍ୟା ଘ୬/୭ମି ରୁ ରାତ୍ରି ଘ୬/୫୫ମି ମଧ୍ୟେ, ଘ୮/୩୧ମି ରୁ ଘ୨/୫୫ମି ପର୍ଯ୍ୟନ୍ତ। (ମାହେନ୍ଦ୍ରବେଳା) ଦିବା ଘ୭/୧୫ମି ରୁ ଘ୮/୩ମି ମଧ୍ୟେ, ଘ୨/୨୭ମି ରୁ ଘ୪/୧୧ମି ପର୍ଯ୍ୟନ୍ତ। ପୁଷ୍କର ଦୋଷ- ଅଦ୍ୟ ମୃତ ବ୍ୟକ୍ତିର ୨ ପାଦ ତିଥି ଓ ନକ୍ଷତ୍ର ପୁଷ୍କର ଦୋଷ। ଫଳଂ ଗୋପଶୁ ସମ୍ପଦ ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ। ଅନ୍ନବସ୍ତ୍ର ଓ ତିଳସୁବର୍ଣ୍ଣ ଦାନ। ଦିବା ଘ୩/୩୬ମି ପରେ ରାତ୍ରି ଘ୭/୫୪ମି ମଧ୍ୟେ ୧ ପାଦ ତିଥି ପୁଷ୍କର ଦୋଷ। ଫଳଂ ଗୋପଶୁ ସମ୍ପଦର ବିନାଶ ଓ ଅନ୍ନବସ୍ତ୍ର ଦାନ ସହିତ ହୋମାଦି ଶାନ୍ତି ବିଧେୟ। ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ସୁଭଗା ଶୁଭ। ଶୁଭକର୍ମ:- ପ୍ରାତଃ ଘ୬/୩୬ମି ପରେ ୧୨ ଓ ୧୩ ନକ୍ଷତ୍ରେ ନାମକରଣ, ନିଷ୍କ୍ରାମଣ, ଧାନ୍ୟସ୍ଥାପନ, ନାଟ୍ୟାରମ୍ଭ, ରାଜଦର୍ଶନ, ଔଷଧକରଣ, ହୋମାଦିସ୍ବସ୍ତ୍ୟୟନ, ନବଶଯ୍ୟାସନା ଦ୍ବୁପଭୋଗ, ନବବସ୍ତ୍ର ପରିଧାନ, ନବଦୋଳାଦ୍ୟାରୋହଣ, ଅଦ୍ୟ ୧୨ ନକ୍ଷତ୍ରେ ଔଷଧ ସେବନ। ୧୩ ନକ୍ଷତ୍ରେ ଧାନ୍ୟଚ୍ଛେଦନ, ନୌକାଚାଳନ ଓ ଯାତ୍ରା।