Wednesday, June 18, 2025

୩ ବର୍ଷରେ ବଜ୍ରାଘାତ ନେଲାଣି ୧୦୭୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ ୩ ବର୍ଷରେ ବଜ୍ରପାତରେ ଗଲାଣି ୧୦୭୫ ଜୀବନ। ଗୃହରେ ଏକ ପ୍ରଶ୍ନର ଉତ୍ତର ଦେଇ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ୨୦୨୨ରୁ ୨୦୨୪ ମଧ୍ୟରେ ବଜ୍ରପାତ ଯୋଗୁଁ ମୟୁରଭଞ୍ଜରେ ସର୍ବାଧିକ ୮୧ ଜଣଙ୍କର ବାଲେଶ୍ବର ଜିଲ୍ଲାରେ ୬୮ ଜଣଙ୍କର ଏବଂ ଗଞ୍ଜାମ ଜିଲ୍ଲାରେ ୬୦ ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ଦ୍ବାରା ଉପସ୍ଥାପିତ ତଥ୍ୟରୁ ଜଣାପଡିଛି ଯେ ବଜ୍ରପାତରେ ୨୦୨୨- ୨୩ ମଧ୍ୟରେ ୩୦୬ ଜଣ ଏବଂ ୨୦୨୩- ୨୪ ମଧ୍ୟରେ ୨୭୨ ଜଣ ପ୍ରାଣ ହରାଇଛନ୍ତି। ସେହିଭଳି ଚଳିତ ବର୍ଷ ୨୦୧ ଜଣଙ୍କର ମୃତ୍ୟୁ ହୋଇଛି। ପୀଡିତଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇଥିବା ବେଳେ ୧୨୪ଟି ମାମଲାର ବିଚାର ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି। ଏପ୍ରିଲ ୧, ୨୦୧୫ ଠାରୁ ରାଜ୍ୟ ସରକାର ବଜ୍ରପାତକୁ ଏକ ନିର୍ଦ୍ଦିଷ୍ଟ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି ଏବଂ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles