ଯୁଗାଦ୍ଦ- ୫୧୨୫, ଶକାବ୍ଦ- ୧୯୪୫, ସମ୍ବତ- ୨୦୮୦। ଦିଲ୍ଲୀ ସ୍ବରାଦ୍ଧ- ୧୪୩୧। ସମ୍ବତ୍ସର- ପିଙ୍ଗଳ। ଋତୁ- ହେମନ୍ତ (ଦ୍ବିତୀୟ ମାସ) ସୂର୍ଯ୍ୟ- ଦକ୍ଷିଣାୟନ।
ସୁର୍ଯ୍ୟୋଦୟ- ଘ୬/୨୭/୫୫। ସୂର୍ଯ୍ୟାସ୍ତ- ଘ୫/୨୧/୫୧।
ପୌଷ ମାସ, ଶୁକ୍ଳ ପକ୍ଷ। ଭୃଗ ବାସର
ତିଥି- ପ୍ରତିପଦ୍ ଦିବା ଘ୨/୪୧ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା। ନକ୍ଷତ୍ର- ଉତ୍ତରାଷାଢ଼ା ନକ୍ଷତ୍ର ଦିବା ଘ୪/୯ମି ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣା ନକ୍ଷତ୍ର। ଚ଼ନ୍ଦ୍ର- ମକରଚନ୍ଦ୍ର (ଅହୋରାତ୍ର)। ସୌର ଚଳନେ ଧନୁ ଦି୨୮ନ। ଦ୍ବିତୀୟାର ଚନ୍ଦ୍ରଦର୍ଶନ, ପୂଜା ଓ ଅର୍ଘ୍ୟଦାନ, ସ୍ବାମୀ ବିବେକାନନ୍ଦ ଜୟନ୍ତୀ, ଜାତୀୟ ଯୁବ ଦିବସ। ବିବିଧ- ଶର ଆରମ୍ଭ, ତୃଣକାଷ୍ଠ ଚ୍ଛେଦନ ନିଷେଧ
ଯୋଗ- ହର୍ଷଣଯୋଗ ଦିବା ୩/୨୫ମି ପର୍ଯ୍ୟନ୍ତ ତଦନ୍ତେ ବଜ୍ରଯୋଗ। କରଣ- ବବକରଣ ଦିବା ଘ୨/୪୧ମି ପର୍ଯ୍ୟନ୍ତ ତଦନ୍ତେ ବାଳବକରଣ ରାତ୍ରି ଘ୧/୭ମି ପର୍ଯ୍ୟନ୍ତ। ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ, ଦିବା ଘ୨/୪୧ମି ପରେ ଉତ୍ତର ଦିଗରେ। ଦର୍ଶତିଥି, ମାସଦଗ୍ଧା, ଦ୍ବିତୀୟା ଓ ରବି ମଙ୍ଗଳଯୁକ୍ତ ପରେ ପାପମଧ୍ୟଚନ୍ଦ୍ର ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।
ଚନ୍ଦ୍ରଶୁଦ୍ଧି– ମେଷ, ବୃଷ, କର୍କଟ, କନ୍ୟା, ବିଛା, ଧନୁ, ମକର ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି। ଘାତଚନ୍ଦ୍ର– ସିଂହ ରାଶିର ଘାତଚନ୍ଦ୍ର। ଘାତ ବାର– ବିଛା, ଧନୁ ଓ ମୀନ ରାଶିର ଘାତବାର। ତାରାଶୁଦ୍ଧି- ୨।୪।୫।୭।୯।୧୧।୧୩।୧୪।୧୬।୧୮।୨୦।୨୨।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ଦିବା ଘ୩/୯ମି ପରେ ୧।୩।୫।୬।୮।୧୦।୧୨।୧୪।୧୫।୧୭।୧୯।୨୧।୨୩।୨୪।୨୬ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି। ସାମ୍ବତ୍ସରିକ ଶ୍ରାଦ୍ଧ– ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଏବଂ ଦ୍ଵିତୀୟାର ପାର୍ବଣ ଶ୍ରାଦ୍ଧ। ନିଷିଦ୍ଧ ଖାଦ୍ୟ- କୁଷ୍ମାଣ୍ଡ (ପାଣିକଖାରୁ), ଦିବା ଘ୨/୪୧ମି ପରେ ବୃହତି (ବୋଇତାଳୁ) ଭକ୍ଷଣ ନିଷେଧ।
ଅଶୁଭ ବେଳା- (ବାର ଓ କାଳବେଳା) ଦିବା ଘ୯/୧୨ମି ରୁ ଘ୧୧/୫୬ମି ପର୍ଯ୍ୟନ୍ତ। (କାଳରାତ୍ରି) ରାତ୍ରି ଘ୮/୩୮ମି ରୁ ଘ୧୦/୨୦ମି ପର୍ଯ୍ୟନ୍ତ।
ଶୁଭ ବେଳା– (ଅମୃତ) ସୂର୍ଯ୍ୟୋଦୟରୁ ଦିବା ଘ୭/୧୬ମି ମଧ୍ୟେ, ଘ୮/୪ମି ରୁ ଘ୧୦/୨୮ମି ମଧ୍ୟେ, ଘ୧୨/୫୨ମି ରୁ ଘ୪/୪ମି ମଧ୍ୟେ, ଘ୪/୫୧ମି ରୁ ସୂର୍ଯ୍ୟାସ୍ତ ଘ୫/୫୨ମି ମଧ୍ୟେ, ସନ୍ଧ୍ୟା ଘ୫/୪୭ମି ରୁ ରାତ୍ରି ଘ୮/୫୯ମି ମଧ୍ୟେ, ଘ୧୧/୨୩ମି ରୁ ଘ୨/୩୫ମି ମଧ୍ୟେ, ଘ୩/୨୩ମି ରୁ ଘ୪/୫୯ମି ପର୍ଯ୍ୟନ୍ତ। (ମାହେନ୍ଦ୍ରବେଳା) ନାହିଁ।
ପୁଷ୍କର ଦୋଷ- ଅଦ୍ୟ ମୃତ ବ୍ୟକ୍ତିର ୧ ନକ୍ଷତ୍ର ପୁଷ୍କର ଦୋଷ। ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ ଓ ତିଳସୁବର୍ଣ୍ଣ ଦାନ। ଦିବା ଘ୨/୪୧ମି ପରେ ୨ ପାଦ ନକ୍ଷତ୍ର ଓ ତିଥି ପୁଷ୍କର ଦୋଷ। ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ ଓ ଗୋପଶୁ ସମ୍ପଦର ବିନାଶ। ତିଳସୁବର୍ଣ୍ଣ, ଅନ୍ନବସ୍ତ୍ର ଦାନ। ଦିବା ଘ୪/୯ମି ପରେ ୧ପାଦ ତିଥି ଦୋଷ। ଫଳଂ ଗୋପଶୁ ସମ୍ପଦର ବିନାଶ। ଅନ୍ନବସ୍ତ୍ର ଦାନ ସହିତ ହୋମାଦି ଶାନ୍ତି ବିଧେୟ। ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ବିଧବା। ଦିବା ଘ୨/୪୧ମି ପର୍ଯ୍ୟନ୍ତ ତିଥି ଦୋଷ ହେତୁ (ଦୁର୍ଗାଙ୍କୁ ଲାଲ ରଙ୍ଗର ପୁଷ୍ପ ଅର୍ପଣ)
ଶୁଭକର୍ମ:- ନାହିଁ।