Wednesday, December 25, 2024

ପ୍ରଭୁ ଶ୍ରୀ ରାମଙ୍କ ଅଳଙ୍କାରରେ ବ୍ୟବହାର ହୋଇଛି ୧୫ କେଜି ସୁନା

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହୋଇଛି। ରାମଲାଲାଙ୍କର ୫ ବର୍ଷର ବାଳକ ସ୍ୱରୂପକୁ ସ୍ଥାପନା କରାଯାଇଛି। ମହାଆଡ଼ମ୍ବରରେ ଏହି କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା। ବସନ ଭୂଷଣ ଆଳିଅଳଙ୍କାରରେ ପ୍ରଭୂ ଶ୍ରୀରାମଙ୍କ ମୁଖଶ୍ରୀ ଝଟକି ଉଠୁଥିଲା। ପ୍ରଭୁଙ୍କର ପ୍ରତିମୂର୍ତ୍ତିକୁ ନାନା ଅଳଙ୍କାରରେ ସଜାଯାଇଥିଲା। ଏଥିରେ ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ ଧାତୁ ବ୍ୟବହାର କରାଯାଇଛି। ସୂଚନା ଅନୁସାରେ, ଶ୍ରୀ ରାମଙ୍କ ଅଳଙ୍କାର ପାଇଁ ୧୫ କେଜି ସୁନା ସହ ୧୮ ହଜାର ହୀରା ଓ ପତ୍ତା ବ୍ୟବହାର କରାଯାଇଛି। କାରିଗରମାନେ ଖୁବ୍ ଯତ୍ନର ସହ ଆଧ୍ୟାତ୍ମ ରାମାୟଣ, ଶ୍ରୀମଦ ବାଲମିକି ରାମାୟଣ, ଶ୍ରୀ ରାମଚରିତମାନସ ଓ ଅଲଭନ୍ଦର ସ୍ତୋତ୍ର ଆଦିକୁ ଖୋଦିତ କରିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles