Thursday, June 19, 2025

ଜାନୁଆରୀ ୧୮, ୨୦୨୪ (ଗୁରୁବାର): ଜାଣନ୍ତୁ ଆପଣଙ୍କ ଆଜିର ରାଶିଫଳ ..

ଆଜି ପ୍ରଶାସନ, ପରିବହନ ଓ ବିବାଦୀୟ କ୍ଷେତ୍ରରେ ସମାଧାନ ପାଇଁ ଚେଷ୍ଟା କରି ସଫଳ ହେବେ। ପିଲାମାନେ ଆଜି ଆପଣଙ୍କ ଘରୋଇ କାର୍ଯ୍ୟ ସାରିବାରେ ସହଯୋଗ ଦେବେ। ସମ୍ଭାଳିକି ବନ୍ଧୁ ମାନଙ୍କ ସହିତ କଥା ହୁଅନ୍ତୁ,କାରଣ ଆଜି ଦିନରେ ବନ୍ଧୁତା ହଜେଇ ବସିବାର ସମ୍ଭାବନା ଅଛି। ବୟସ୍କ ବ୍ୟକ୍ତିମାନେ ସେମାଙ୍କର ପୁରୁଣା ସାଙ୍ଗମାନଙ୍କ ସହିତ ସମୟ ଅତିବାହିତ କରିପାରିବେ।

ଆଜି ଅଫିସରେ କାର୍ଯ୍ୟବ୍ୟସ୍ତତା ଯୋଗୁ କେତେକ କାମ ଠିକ୍‌ ସମୟରେ କରି ପାରିବେ ନାହିଁ। କର୍ମକ୍ଷେତ୍ରରେ ଆପଣଙ୍କୁ ଅର୍ଥଲାଭ ସହ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ ହେବ। ଆପଣଙ୍କ ବ୍ୟସ୍ତତାକୁ ହୃଦୟଙ୍ଗମ କରି କୌଣସି ବନ୍ଧୁ ଅଥବା ପାଖ ପଡୋଶୀମାନେ ସହଯୋଗର ହାତ ବଢାଇପାରନ୍ତି।

ଆଜି ନିଜ ସଂସ୍ପର୍ଶରେ ଆସୁଥିବା କୌଣସି ବ୍ୟକ୍ତିଙ୍କୁ ଅପ୍ରିୟ ସତ୍ୟ କହି ତିକ୍ତତା ସୃଷ୍ଟି କରିପାରନ୍ତି। ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ। ସ୍ତ୍ରୀଙ୍କ ସୌହାର୍ଦ୍ଦ୍ୟରୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।

ଆଜି ମାନସିକ ଅସ୍ତିରତା ଓ ବ୍ୟସ୍ତତା ମଧ୍ୟରେ ସମୟ ଅତିବାହିତ ହୋଇପାରେ। ସଭା ସମିତିରେ ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆନନ୍ଦିତ ହୋଇପାରନ୍ତି। ମାଲିମକଦ୍ଦମା ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିଦ୍ରୋହ ଉପୁଜିପାରେ। ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ।

ବିଭିନ୍ନ ପ୍ରକାରର ଯୋଜନା କରିବା ସକାଶେ ଚିନ୍ତାକଲେ ମଧ୍ୟ ପ୍ରତିକୂଳ ପାରିପାର୍ଶ୍ୱିକ ସ୍ଥିତି ତାହା କରାଇଦେଇ ନ ପାରେ। ପୂର୍ବରୁ ରହିଥିବା ଋଣ ଭାରରେ ଅତିଷ୍ଠ ହେବେ ମାତ୍ର ପରିଶୋଧ କରିବାର ରାସ୍ତା ଖୋଜି ପାଇ ପାରିବେ ନାହିଁ। ସମସ୍ୟା ସରଳ ସମାଧାନ କରିବାରେ ସଫଳ ହେବେ।

ଆଜି ଦିନଟିରେ ଯାହା କିଛି ପାଇବାର ଆଶା କରିବେ ତାହା ପୂରଣ ହୋଇପାରିବ। ଜମା ପଡୁନଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟିର କଥା ମନକୁ ବାଧିପାରେ। ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ।ଆଜି ଭ୍ରାତୃବିବାଦ କିମ୍ବା ଜମିଜମା ବିବାଦ ଦେଖାଦେଇପାରେ।

ସାମାନ୍ୟ ପ୍ରତିବନ୍ଧକ ମଧ୍ୟରେ ବନ୍ଧୁଙ୍କ ନିକଟରୁ ଆଶା କରିଥିବା ଅର୍ଥପ୍ରାପ୍ତି ହେବ। ବିଭିନ୍ନ ପ୍ରକାରର ଚିନ୍ତା ଓ କଳ୍ପନା କରି କେବଳ ଭାବି ଭାବି ସମୟ କଟାଇବେ। ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିବା କୌଣସି ବନ୍ଧୁଙ୍କୁ ହଁ କରିପାରିବେନି କିମ୍ବା ନାହିଁ ମଧ୍ୟ କରି ପାରିବେନି। ଫେରି ଯାଉଥିବା ବନ୍ଧୁଟି ବାଟରୁ ଲେଉଟି ଆସିବେ।

ଆଜି ପରିବହନ, ଶିଳ୍ପ ଓ ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କରିବେ। ନିଜ ପରିବାରର ସଦସ୍ୟମାନଙ୍କ ଠାରୁ କିମ୍ବା ସହକର୍ମୀଙ୍କ ତରଫରୁ ସମସ୍ୟା ଆସିପାରେ। ଘରୋଇ ବ୍ୟାପାରରେ ପଡୋଶୀଙ୍କ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ।

କୌଣସି ଅସୁବିଧା ନହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ଅଫିସରେ ସହକର୍ମୀ ମାନଙ୍କ ସହ ମିଷ୍ଟାଳାପରେ ମାତିରହିବେ। ସମୟ ଅଖୁସିରେ କଟିଯିବ। ପିଲାମାନଙ୍କ ଶିକ୍ଷା ଓ ଅନ୍ୟାନ୍ୟ କୃତିତ୍ୱର ସଫଳତାରେ ଆନନ୍ଦ ଅନୁଭବ କରିବେ। ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ।

ଆଜି ଅସାବଧାନତା ହେତୁ ଦ୍ରବ୍ୟ ଓ ଧନ ହାନି ଘଟିପାରେ। ପ୍ରିୟ ବନ୍ଧୁଟିର ସାନ୍ନିଧ୍ୟ ଲାଭ କରି ଏକପ୍ରକାର ଅହେତୁକ ଆନନ୍ଦ ଅନୁଭବ କରିବେ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀ ମାନେ କାମ ହାସଲ ସକାଶେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ସଭାସମିତି ପ୍ରଭୃତିରୁ ସୁଫଳ ପାଇବେ।

ଆଜି ଧନହାନି, ପରିବହନରେ ତର୍କ ବିତର୍କ ଓ ସାଧାରଣ କଥାକୁ କେନ୍ଦ୍ରକରି ବିତର୍କର ସୂତ୍ରପାତ ଘଟିପାରେ। ସାହିତ୍ୟ, ସାମ୍ବାଦିକତା, ଚଳଚ୍ଚିତ୍ର ଓ ରାଜନୀତି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।ନିଜଲୋକ ମାନଙ୍କ ପରୋକ୍ଷ ବିରୁଦ୍ଧାଚରଣ ମନକୁ ବେଶି ବାଧିବ।

ଆଜି ମନ ଅସ୍ଥିର ରହିବ। କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପରିସ୍ଥିତି ବଶତଃ ଧାର, କରଜ କରି ଆବଶ୍ୟକତାକୁ ଚଳାଇ ନେବାକୁ ବାଧ୍ୟ ହେବେ। ଅନ୍ୟମନସ୍କ ହେତୁ କୌଣସି ଭୁଲ୍‌ କାମ କରିବେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles