ବାରିପଦା: ଦନ୍ତା ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲାରେ ଦନ୍ତାହାତୀ ଆକ୍ରମଣରେ ପୃଥକ ସ୍ଥାନରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୋରଡ଼ା ବ୍ଲକ ସନପୁରିଆ ଓ ଉଲିଡିହି ଗାଁ’ରେ ଦନ୍ତା ହାତୀ ଉତ୍ପାତ ଚଲାଇଛି। ଦୀର୍ଘ ଦିନ ଧରି ଝାଡଖଣ୍ଡ ହାତୀପଲ ଅଞ୍ଚଳରେ ନିଦ ହଜାଇଥିବା ବେଳେ ପୁଣି ଥରେ ଦନ୍ତା ହାତୀ ଉପଦ୍ରବ ଘଟାଇଛି। ଏବେ ଦନ୍ତାହାତୀ ଆକ୍ରମଣରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ ହେଲେ ମୟୂରଭଞ୍ଜ ମୋରଡ଼ା ଥାନା ସୋନପୁରିଆ ଗାଁ’ର ରଘୁ ହେମ୍ବ୍ରମ ଓ ଉଲିଡିହି ଗାଁର ସଜ୍ରା ହେମ୍ବ୍ରମ। ଘର ବାରଣ୍ଡାରେ ଶୋଇଥିବା ବେଳେ ରଘୁ ହେମ୍ବ୍ରମଙ୍କୁ କଚାଡ଼ି ମାରିଦେଲା ଦନ୍ତା। ସେହିପରି ଶୌଚ ପାଇଁ ଯାଇଥିବା ବେଳେ ସଜ୍ରା ହେମ୍ବମ୍ରଙ୍କୁ ଦଳିଦେଲା ଦନ୍ତା ହାତୀ ଆକ୍ରମଣର ଶୀକାର ହୋଇଥିଲେ।