୯ ମାସରେ ୨୧ ହଜାର କୋଟି ଟଙ୍କା ଋଣ ..

0
77

ଭୁବନେଶ୍ୱର: ମୋହନ ସରକାର ଗତ ୯ ମାସ ମଧ୍ୟରେ ୨୧ ହଜାର କୋଟିରୁ ଅଧିକ ଟଙ୍କା ଋଣ କରିଛନ୍ତି। ବିଧାନସଭାରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୨୪ ଜୁନ ମାସରୁ ଫେବୃଆରୀ ୨୦୨୫ ମଧ୍ୟରେ ୨୧ ହଜାର ୧୭୭ କୋଟି ୯୭ ଲକ୍ଷ ଟଙ୍କା ଋଣ କରିଛନ୍ତି ମୋହନ ସରକାର। ତେବେ ଏହା ମଧ୍ୟରେ ରାଜ୍ୟ ସରକାର ୧୪ ହଜାର ୯୭୦ କୋଟି ଟଙ୍କା ଋଣ ପରିଶୋଧ କରିଥିବା ନେଇ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here