ଆମ ଜୀବନରେ ତିନୋଟି ନିତ୍ୟାନ୍ତ ଆବଶ୍ୟକ ପଡ଼ିଥାଏ- ବାସଗୃହ,ପରିଧାନ,ଏବଂ ଖାଦ୍ୟ।ସେହିଭଳି ଆମେ ସମାଜରେ ବସବାସ କରୁଛୁ, ଆମ ପାଇଁ “ସ୍ବାସ୍ଥ୍ୟ” ବହୁ ଗୁରୁତ୍ବପୂର୍ଣ୍ଣ ଅଟେ। ଆମ ମଧ୍ୟରେ କିଛି ନା କିଛି ରୋଗ ଆସିଥାଏ। ତାହାକୁ ପ୍ରତିକାର କରିବା ପାଇଁ ଆମେ ଡାକ୍ତର ଅବା ଫାର୍ମାସିଷ୍ଟଙ୍କ ଠାରୁ ପରାମର୍ଶ ନେଉ। ତାଙ୍କ ଉପଦେଶ ଅନୁଯାଇ ଔଷଧ ସେବନ,ପଥି ପାଳନ,ଏବଂ ଶରୀରକୁ ଠିକ୍ ଭାବେ ଯତ୍ନ ନେଉ। Pharmacistକୁ ଓଡିଆରେ ଭେଷଜଜ୍ଞ କହୁ। ସମାଜରେ ପ୍ରତିଟି ବର୍ଗର ମନୁଷ୍ୟ କିପରି ସୁସ୍ଥବାନ ରହିବେ ତାଙ୍କ ଅବଦାନ ଅତୁଳନୀୟ ଏବଂ ଗୁରୁତ୍ଵପୂର୍ଣ୍ଣ ଅଟେ। ଭେଷଜଜ୍ଞ କିପରି ଉତ୍ତମ ସୁସ୍ଥ ଏବଂ ନିରାମୟ ରହିବ ତାହା ଉପରେ ବିଭିନ୍ନ ଉପାୟ ଅବଲମ୍ବନ ପ୍ରୟୋଗ କରନ୍ତି। ସେ ନିଜେ କ୍ରିୟାଶୀଳ ଭାବେ ନିଜର ଦାୟିତ୍ବ ସମ୍ପନ୍ନ ବ୍ୟକ୍ତି ଭାବେ ଉତ୍ତମ ବ୍ୟବହାର, ଆଚାରଣ, ଉଚ୍ଚାରଣ ଉପରେ ସର୍ବଦା ନିର୍ଭର କରେ। ଫାର୍ମାସିଷ୍ଟଙ୍କୁ ଜଣେ ପରୋକାଷ୍ଟା ସମ୍ପୂର୍ଣ୍ଣ ବନ୍ଧୁ ଅବା ବିପଦର ବନ୍ଧୁ କହିଲେ ବି ଅତ୍ୟୁକ୍ତି ହେବ ନାହିଁ। ରୋଗୀ ଯେତେବେଳ ଡାକ୍ତର ପରାମର୍ଶ କରି ନେଇ ଫାର୍ମାସିଷ୍ଟଙ୍କ ପାଖକୁ ଯାଆନ୍ତି, ସେ ପ୍ରେସ୍କ୍ରିପସନ ଆଧାରରେ ମେଡିସିନ ଦେବା ସହ ତାହାର ମାର୍ଗଦର୍ଶକ ଆଧାରରେ କିପରି ବ୍ୟବହାର ଏବଂ ଉପଯୋଗ କରିବା ପାଇଁ ବୁଝାନ୍ତି। ଯାହାଦ୍ଵାରା ରୋଗୀ ତାହାକୁ ପାଳନ କରିବାରେ ଲାଗିପଡନ୍ତି। ଭେଷଜଜ୍ଞ କେବଳ ମେଡିସିନ ଉପଯୋଗ କରିବାରେ ସୀମିତ ନରହି ତାଙ୍କର ନିଜର ଦକ୍ଷତା, ଅନୁଭୂତି, ଅଭିଜ୍ଞତା ଏବଂ କୌଶଳ ଉପାୟ ଅବଲମ୍ବନ କରି ରୋଗୀଙ୍କୁ ସୁସ୍ଥ କରାନ୍ତି। ଦିନ କିମ୍ବା ରାତି ନଭାବି ନିଜର କର୍ତ୍ତବ୍ୟ ପାଳନ କରିବାରେ ଲାଗିପଡନ୍ତି।କାହିଁକି ନା ସେମାନେ ରୋଗୀକୁ ତୁରନ୍ତ ସୁସ୍ଥ କରିବାରେ ଲକ୍ଷ୍ୟ ରଖନ୍ତି।
ଫାର୍ମାସିଷ୍ଟ ସମାଜରେ ବସବାସ କରୁଥିବା ବ୍ୟକ୍ତିଙ୍କ ଆଉ କିଛି ସ୍ବତନ୍ତ୍ର ଉପାୟ ପ୍ରୟୋଗ ବି କରନ୍ତି, ଯଦି ୧)ଏକ ନିର୍ଦ୍ଧିଷ୍ଟ ସ୍ଥାନରେ କିଛି ମହାମାରୀ ଅବା ରୋଗ ବ୍ୟାପିବାରେ ଲାଗିଛି ତାହାକୁ ଜନ ସଚେତନ ଜରିଆରେ ଜନସାଧାରଣଙ୍କୁ ଅବଗତ କରିବା, ନିରାପଦ କରିବା, ୨) ଶୈକ୍ଷିକ ବାତାବରଣ ସ୍ଥାନରେ ଏକ ଛାତ୍ର, ଛାତ୍ରୀ ଏବଂ ଶିକ୍ଷିତ ବ୍ୟକ୍ତିଙ୍କୁ ନେଇ ଉତ୍ତମ ପରାମର୍ଶ ଓ ଶିକ୍ଷା ଦେବା,୩) ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଲୋକଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇବା ଭଳି ବହୁ ସେବା କରିବା। ଯେତେବେଳ ମନୁଷ୍ୟ ନିଜକୁ ଶାରୀରିକ,ମାନସିକ,ଏବଂ ବୌଦ୍ଧିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ତେବେ ତାଙ୍କୁ ସୁଷ୍ଟ ବ୍ୟକ୍ତି ବୋଲି ପ୍ରମାଣିତ କରିପାରିବା।ତେଣୁ ସମସ୍ତ ଫାର୍ମାସିଷ୍ଟ, ଡାକ୍ତର, ନର୍ସଙ୍କୁ ସମାଜର ଦ୍ଵିତୀୟ ଭଗବାନ ବୋଲି ଲୋକେ କୁହନ୍ତି। ଫାର୍ମାସିଷ୍ଟ ମାନେ ରୋଗୀଙ୍କୁ ଔଷଧ ପରାମର୍ଶ ଦେବା ପୂର୍ବରୁ ପ୍ରେସକ୍ରିପସନ୍ ସମୀକ୍ଷା କରନ୍ତି। ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ନିଶ୍ଚିତ କରିବା ରୋଗୀମାନଙ୍କୁ ପରାମର୍ଶ ଦିଅନ୍ତି। ପ୍ରଶାସନିକ କାର୍ଯ୍ୟଗୁଡିକ ତଦାରଖ କରବା ସହ ନମୁନା ଖୋଜିବା ଓ ପ୍ରୋଗ୍ରାମ ଗୁଡିକ ଯାହା ଅପବ୍ୟବହାର କିମ୍ବା ବିବିଧତାକୁ ସୂଚାଇପାରେ ଏବଂ ଔଷଧ ମଧ୍ୟରେ ସମ୍ଭାବ୍ୟ ସାଂଘାତିକ ପାରସ୍ପରିକ କାର୍ଯ୍ୟକଳାପ ପାଇଁ ସ୍କ୍ରିନ କରିବାକୁ ଯାହା ଏକାଧିକ ପ୍ରେସକ୍ରିପଟରଙ୍କ ଠାରୁ ଆସିପାରେ। ଫାର୍ମାସିଷ୍ଟ ନିଶ୍ଚିତ ଭାବରେ ସାଂଘାତିକ ଓଭରଡୋଜ ପାଇଁ ବିପଦ ଥିବା ରୋଗୀଙ୍କୁ ଚିହ୍ନଟ କରିବା ଉଚିତ ଏବଂ ଜରୁରୀକାଳୀନ ଓପିଓଡ ରିଭର୍ସାଲ ଔଷଧ ନାର୍କାନ (ନାଲକ୍ସୋନ) ତଥା ଉପଯୁକ୍ତ ସମୟରେ ପଦାର୍ଥର ଅପବ୍ୟବହାର ଚିକିତ୍ସା ସେବାକୁ ସୁବିଧା କରିବା ଆବଶ୍ୟକ। ସମସ୍ତ ପ୍ରେସକ୍ରିପସନ୍ ପାଇଁ ଏକ କ୍ଲିନିକାଲ୍ ସମୀକ୍ଷା ଅତ୍ୟନ୍ତ ଜରୁରୀ ଅଟେ ଏବଂ ଯତ୍ନ ଏବଂ ବିତରଣ ପୂର୍ବରୁ ଯତ୍ନ ପରିବର୍ତ୍ତନ ପ୍ରକ୍ରିୟା ଗୁଡ଼ିକକୁ ଘଟୁଥିବା ଯେକୌଣସି ତ୍ରୁଟି ଧରିବା ସହ ବିଭିନ୍ନ ଉପାୟ ପ୍ରୟୋଗ କରନ୍ତି। ଚିକିତ୍ସା ଯୋଜନା ପ୍ରସ୍ତୁତ କଲାବେଳେ ରୋଗୀର ବିଦ୍ୟମାନ ଔଷଧ ଗୁଡ଼ିକର ଇତିହାସ। ଏଥିସହ, ଔଷଧ ଯାହା ରୋଗୀ ଅବସ୍ଥାରେ ରହିବା ସମୟରେ ଉପଯୁକ୍ତ ହୋଇଥାଇପାରେ, କିନ୍ତୁ ଘର ବ୍ୟବହାର ପାଇଁ ଅନୁପଯୁକ୍ତ, ଅଜାଣତରେ ରୋଗୀର ଚିକିତ୍ସା ଯୋଜନାରେ ନିଆଯାଇପାରେ।
ବିତରଣ ପ୍ରକ୍ରିୟା ସହିତ, ସମ୍ପ୍ରଦାୟର ଫାର୍ମାସିଷ୍ଟ ରୋଗୀମାନଙ୍କର ଔଷଧଗୁଡିକ ଉପଯୁକ୍ତ ଭାବରେ ବୁଝାଇବା ସୁନିଶ୍ଚିତ କରିବା ସମୟରେ ଏକ ଗୁରୁତ୍ଵପୂର୍ଣ୍ଣ ରୋଗୀ ସୁରକ୍ଷା ଭୂମିକା ଗ୍ରହଣ କରନ୍ତି। କମ୍ୟୁନିଟି ଫାର୍ମାସିଷ୍ଟ ମାନେ ରୋଗୀଙ୍କୁ ଶିକ୍ଷା ଏବଂ ପରାମର୍ଶ ଦେବା ପାଇଁ ସଜ୍ଜିତ ଅଟନ୍ତି। ଯେପରିକି ଡୋଜିଂ, ପ୍ରଶାସନ, ସଂରକ୍ଷଣ, ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଏବଂ ତୀବ୍ର ଘଟଣା ପାଇଁ ଔଷଧ କିପରି କମ୍ କରାଯାଇ ପାରିବ ସେ ସମ୍ବନ୍ଧରେ ପ୍ରଶ୍ନଗୁଡିକ ସମାଧାନ କରିବାକୁ ସେହିଭଳି, ଜନସ୍ୱାସ୍ଥ୍ୟ ପଦକ୍ଷେପକୁ ସମର୍ଥନ କରିବା ପାଇଁ ସମ୍ପ୍ରଦାୟର ଫାର୍ମାସିଷ୍ଟମାନେ ଏକ ଅମୂଲ୍ୟ ଉତ୍ସ। ଏକ ଅଧ୍ୟୟନରୁ ଜଣାପଡିଛି ଯେ ରୋଗୀମାନେ ପ୍ରାଥମିକ ଚିକିତ୍ସା ଚିକିତ୍ସକଙ୍କ ତୁଳନାରେ ବର୍ଷକୁ ୩୫ ଥର ଏକ ସମ୍ପ୍ରଦାୟ ଭିତ୍ତିକ ଫାର୍ମାସି ପରିଦର୍ଶନ କରିଥିଲେ, ଯାହା ହାରାହାରି ବର୍ଷକୁ ଚାରିଥର ହୋଇଥାଏ। ପଦକ୍ଷେପ ଏବଂ ତ୍ରିକୋଣୀୟ ଚିନ୍ତାଧାରା। ସ୍ବାସ୍ଥ୍ୟ ସ୍କ୍ରିନିଂ ଏବଂ ପ୍ରତିରୋପଣ, ଓପିଓଏଡ୍ ପରିଚାଳନା, ଧୂମପାନ ବନ୍ଦ କରିବା ପ୍ରୟାସ ଏବଂ ମଧୁମେହ ପରି କ୍ରନିକ ରୋଗର ପରିଚାଳନା ଭଳି ପ୍ରତିଷେଧକ ଚିକିତ୍ସା ଉପରେ ଫାର୍ମାସିଷ୍ଟଙ୍କ ସକରାତ୍ମକ ପ୍ରଭାବ ପ୍ରମାଣିତ ହୋଇଛି। ତେଣୁ କଥାରେ ଅଛି “ସ୍ବାସ୍ଥ୍ୟ ହିଁ ସମ୍ପଦ”। ଏଣୁ ଫାର୍ମାସିଷ୍ଟ ବନ୍ଧୁ ତାଙ୍କର ପରାକାଷ୍ଠା, ଉଦ୍ୟମ ଏବଂ କାର୍ଯ୍ୟ ଦକ୍ଷତାକୁ ସମ୍ମାନ ଜଣାଇ ସେପ୍ଟେମ୍ବର ୨୫ କୁ “ବିଶ୍ଵ ଫାର୍ମାସିଷ୍ଟ ଦିବସ” ଭାବେ ପାଳନ କରୁଛୁ। ତେଣୁ ପ୍ରବାଦରେ ଅଛି, Medicine May Cure, But Pharmacist Care. ଔଷଧ ଭଲ ହୋଇପାରେ,କିନ୍ତୁ ଫାର୍ମାସିଷ୍ଟ ଯତ୍ନ ନିଅନ୍ତି।
ଜି. ତ୍ରିଦେବ ରେଡ୍ଡୀ
ଡି. ଫାର୍ମ, ପ୍ରଥମ ବର୍ଷ ଛାତ୍ର
ରୟାଲ କଲେଜ୍ ଫାର୍ମାସୀ ଓହେଲଥ୍ ସାଇନ୍ସ, ବ୍ରହ୍ମପୁର