ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହ ଶେଷ ବେଳକୁ ଲଗାତାର ୩ ଦିନ ଛୁଟି ପଡୁଛି। ସେପ୍ଟେମ୍ବର ୭ ତାରିଖ ଗଣେଶ ପୂଜା ପାଇଁ ଛୁଟି, ୮ ତାରିଖ ରବିବାର ଛୁଟି। ତେବେ ୮ରେ ମଧ୍ୟ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପଡୁଛି। ରବିବାର ଛୁଟି ଦିବସ ହୋଇଥିବାରୁ ନୂଆଁଖାଇ ପାଇଁ ୯ ତାରିଖ ସୋମବାର ଦିନକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ କାର୍ଯ୍ୟ ନିର୍ବାହୀ ବନ୍ଦ ରହିବ। ଏହା ସହିତ ଏହି ଦିନ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।