Wednesday, June 18, 2025

ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ୩ ମାଓବାଦୀ ନିପାତ

ଭୁବନେଶ୍ୱର: ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ୩ ମାଓବାଦୀ ନିପାତ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବେଲମଗୁଟା ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଏହି ଗୁଳି ବିନିମୟ ଘଟିଛି। ସୂଚନା ଅନୁସାରେ, ବିଜାପୁର ବାସାଗୁଡା ଥାନା ବେଲମଗୁଟ୍ଟା ପାହାଡରେ ବହୁ ମାଓବାଦୀ ଏକାଠି ହୋଇଥିବା ନେଇ ସୂଚନା ମିଳିଥିଲା । ଖବର ମିଳିବା ପରେ ଆରମ୍ଭ ହୋଇଥିଲା ଡିଆରଜି ଓ ସିଆରପିଏଫ ଯବାନଙ୍କ ମିଳିତ ଅପରେସନ। ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ପ୍ରଥମେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କୁ ଗୁଳିମାଡ଼ କରିଥିଲେ। ଏହାର ପ୍ରତି ଉତ୍ତରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଗୁଳିମାଡ ହୋଇଥିଲା। ଦୀର୍ଘ ସମୟ ଧରି ଏହି ଗୁଳି ବିନିମୟରେ ଚାଲିଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ୩ ମାଓବାଦୀଙ୍କ ମଧ୍ୟରୁ ୩ଜଣ ମହିଳା ମଧ୍ୟ ଅଛନ୍ତି। ଘଟଣାସ୍ଥଳରୁ ବନ୍ଧୁକ, ଔଷଧ, ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଛି। ସୁରକ୍ଷା କର୍ମୀଙ୍କ କୁମ୍ବିଂ ପରେ ନକ୍ସଲମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles