Thursday, June 19, 2025

ସାପ କାମୁଡ଼ାରେ ୩ ଭଉଣୀଙ୍କ ମୃତ୍ୟୁ: ବାପା ଗୁରୁତର

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲା ଟିକରପଡ଼ା ପଞ୍ଚାୟତ ଚରିଆପାଲି ଗାଁ’ରେ ଘଟିଛି ଏହି ଅଘଟଣ। ଘରେ ଶୋଇଥିବା ବେଳେ କାମୁଡ଼ିଲା ସାପ। ଫଳରେ ୩ ଭଉଣୀଙ୍କ ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ବାପାକୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ମୃତକ ୩ ଭଉଣୀ ହେଲେ ସୁଧିରେଖା ମଲ୍ଲିକ (୧୩ ବର୍ଷ), ଶୁଭରେଖା ମଲ୍ଲିକ (୧୨ବର୍ଷ) ଏବଂ ସୁରଭି ମଲ୍ଲିକ୍ (୩ ବର୍ଷ)। ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ସମୟରେ ବାପା ଓ ୩ ଝିଅଙ୍କୁ ଏକ ଚିତି ସାପ କାମୁଡି ଦେଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ଅବସ୍ଥାରେ ୩ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ବାପାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles