Wednesday, December 25, 2024

ବ୍ଲକ୍ ହେଲା ୩୭ ହଜାର ୟୁଆରଏଲ୍: ଦେଶପାଇଁ ସୃଷ୍ଟି କରୁଥିଲେ ବିପଦ

ନୂଆଦିଲ୍ଲୀ: ଦେଶପାଇଁ ବିପଦ ସୃଷ୍ଟି କରୁଥିବା ୩୬,୮୩୮ଟି ୟୁଆରଏଲ୍ ବ୍ଲକ୍ କରିଛି ଆଇଟି ମନ୍ତ୍ରାଳୟ। ଜାନୁଆରୀ ୨୦୧୮ ରୁ ଅକ୍ଟୋବର ୨୦୨୩ ମଧ୍ୟରେ ଆଇଟି ମନ୍ତ୍ରଣାଳୟ ୬୯ଏ ଅଧୀନରେ ୩୬,୮୩୮ ୟୁଆରଏଲ(ୟୁନିଫର୍ମ ରିସୋର୍ସ ଲୋକେଟର)କୁ ବ୍ଲକ୍ କରିଛି। କେନ୍ଦ୍ର ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଶୁକ୍ରବାର ସଂସଦରେ ସିପିଆଇ (ଏମ୍) ସାଂସଦ ଜନ୍ ବ୍ରିଟାସଙ୍କ ପ୍ରଶ୍ନ ପରେ ଏହି ଲିଖିତ ସୂଚନା ଦେଇଛନ୍ତି। ଗତ ୬୯ ମାସରେ ଏକ୍ସ’ର ସର୍ବାଧିକ ସଂଖ୍ୟକ ୟୁଆରଏଲ (ପୂର୍ବରୁ ଟ୍ୱିଟର) ବ୍ଲକ୍ କରାଯାଇଛି। ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ୨୦୧୮ରେ ୨୭୯୯ ୟୁଆରଏଲ ଗୁଡିକ ବ୍ଲକ୍ କରାଯାଇଛି। ସେହିପରି ଚଳିତ ବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ୭୫୦୨ ୟୁଆରଏଲ ଗୁଡିକ ବ୍ଲକ୍ କରାଯାଇଥିଲା ଏବଂ ୨୦୨୦ ରେ ସର୍ବାଧିକ ୯୮୪୯ ୟୁଆରଏଲ ଗୁଡିକ ବ୍ଲକ୍ କରାଯାଇଥିଲା।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles