Thursday, June 19, 2025

ନେତାଙ୍କୁ ଚୂନ ଲଗାଇଦେଲେ ନେତ୍ରୀ: ଚର୍ଚ୍ଚାରେ ସେହି ଚତୁର ମୁଣ୍ଡ ..‼️

୨୦୨୪ ସାଧାରଣ ନିର୍ବାଚନ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନ ସରିଯାଇଛି। କେନ୍ଦ୍ରରେ ବିଜେପି ସରକାର ଗଢ଼ିଥିବା ବେଳେ ଆଶ୍ଚର୍ୟ୍ଯଜନକ ଭାବରେ ଓଡ଼ିଶାରେ ବିଜେପି ସରକାର ଗଢ଼ିଛି। ପରାଜିତ ହୋଇ ବିଜେଡି ଏବଂ କଂଗ୍ରେସ ଆତ୍ମସମୀକ୍ଷାରେ ଲାଗିଥିବା ବେଳେ ବିଜେପି ବଡ଼ ଉଲ୍ଲସିତ ଅଛି। ତେବେ, ଏହା ଭିତରେ ଶଙ୍ଖ ଭବନ ପ୍ରାୟ ଖାଁ, ଖାଁ ଲାଗୁଥିବା ବେଳେ କଂଗ୍ରେସ ଭବନରେ କଂଗ୍ରେସ ରାଜ୍ୟ ସଭାପତିଙ୍କ ଉପରକୁ କାଳିମାଡ଼ ହୋଇଛି। କିନ୍ତୁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତା ମାନଙ୍କର ଯାତାୟାତ ବଢ଼ିଯାଇଛି। ବିଜେପି ପାର୍ଟି ଅଫିସ ଆଗରେ ଏବେ ପୂର୍ବପେକ୍ଷା ଅଧିକ ଏବଂ ଆହୁରୀ ବଡ଼ ବଡ଼ ଗାଡ଼ି ଲାଗୁଛି। ମୁଖ୍ୟମନ୍ତ୍ରୀ ତଥା ଅନ୍ୟାନ୍ୟ ମନ୍ତ୍ରୀ ମାନଙ୍କୁ ଭେଟିବା ତଥା ଶୁଭେଚ୍ଛା ଜଣାଇବା ଉଦ୍ଦେଶ୍ୟରେ ରାଜ୍ୟ କାର୍ଯ୍ୟଳୟକୁ ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତାଙ୍କ ସୁଅ ଛୁଟୁଛି।

ତେବେ, ଏହା ଭିତରେ ଗତ ନିର୍ବାଚନରେ ଜଣେ ନେତ୍ରୀ କିଛି ନେତାଙ୍କୁ ଚୂନ ଲଗାଇ ଭଲ ବେପାର କରିଦେଲେ ବୋଲି ଦଳ ଭିତରେ ଆଲୋଚନା ଜୋର୍ ଧରିଛି। ସଂପୃକ୍ତ ନେତ୍ରୀ ଜଣଙ୍କ କୁଆଡ଼େ କାହା ପାଇଁ ଟିକେଟ୍ କରାଇଦେବା କଥା କହି କିମ୍ବା ଟିକେଟ୍ ପାଇଥିବା ପାର୍ଥି ପାଇଁ ଦଳ ତରଫରୁ ଅଧିକ ଟଙ୍କା ବ୍ୟବସ୍ଥା କରାଇଦେବା କଥା କହି ତାଙ୍କ ଠାରୁ ମୋଟା ଆକାରରେ ଟଙ୍କା ଲୁଟି ନେଇଛନ୍ତି। ସଂପୃକ୍ତ ନେତ୍ରୀ ଜଣଙ୍କ ଏପରି କେତେ ଜଣଙ୍କୁ ଚୂନ ଲଗାଇଥିବା ବେଳେ ତାଙ୍କ ଶୀକାରରେ ପଡ଼ିଥିବା ଜଣେ ପାର୍ଥି ଅଭିଯୋଗ କରିବା ପରେ ସେହି ନେତ୍ରୀ ଜଣଙ୍କର ମୂଖା ଖୋଲିଯାଇଛି ବୋଲି କୁହାଯାଉଛି। ସୂଚନା ମୁତାବକ ସଂପୃକ୍ତ ଦଲାଲ୍ ନେତ୍ରୀଙ୍କୁ ପାର୍ଟି ଅଫିସକୁ ଡକାଇ ତାଗିଦ୍ ତଥା ଭର୍ତ୍ସନା କରାଯାଇଛି। ଅପମାନ ପାଇ କାନ୍ଦ କାନ୍ଦ ମୁହଁରେ ନେତ୍ରୀ ଜଣଙ୍କ ପାର୍ଟି ଅଫିସରୁ ଫେରିଛନ୍ତି ବୋଲି ଶୁଣିବାକୁ ମିଳୁଛି। ଖବର ମୁତାବକ ଦଳର ସମ୍ମାନସ୍ପଦ ରାଜ୍ୟ ପଦାଧିକରୀଙ୍କ ନାଁ’ ନେଇ ଦଲାଲ୍ ନେତ୍ରୀ ଜଣଙ୍କ ଏଭଳି ଲୁଟ୍ କରିଛନ୍ତି। ଏହାକୁ ନେଇ ସଂପୃକ୍ତ ଅଧିକାରୀ ଖୁବ୍ କ୍ଷୁବ୍ଧ ଥିବା ଜଣାପଡ଼ିଛି। ଅଭିଯୋଗ କରିଥିବା ନେତାଙ୍କୁ ସଂପୃକ୍ତ ନେତ୍ରୀ ଜଣଙ୍କ ନେଇଥିବା ଟଙ୍କା ନ’ଫେରାଇଲେ ମାମଲା ଥାନା ପର୍ଯ୍ୟନ୍ତ ଯିବାର ସମ୍ଭାବନା ମଧ୍ୟ ରହିଛି। ସଂପୃକ୍ତ ନେତ୍ରୀଙ୍କ କାରନାମା ଦେଖି, ଏପରି ସାତିର୍ ଦିମାଗ୍ ବାଲା ନେତ୍ରୀଙ୍କ ମୁଣ୍ଡକୁ ମାନିବାକୁ ପଡ଼ିବ ବୋଲି ଦଳ ଭିତରେ ଆଲୋଚନା ଚାଲିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles