Wednesday, June 18, 2025

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୂତନ ଗୃହ ପ୍ରତିଷ୍ଠା

ଭୁବନେଶ୍ୱର: ପବିତ୍ର ଶ୍ରୀଗୁଣ୍ଡିଚା ଅବସରରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ଚିତ୍ରକୁଟ ପାହାଡ଼ ପାଦଦେଶରେ ସବୁଜିମାରେ ଭରି ରହିଥିବା ମନୋମୁଗ୍ଧକର ପରିବେଶ ମଧ୍ୟରେ ଶିକ୍ଷା ବିକାଶ ସମିତି ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୂତନ ଗୃହପ୍ରତିଷ୍ଠା ଓ ଗୃହପ୍ରବେଶ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଶିକ୍ଷାବିତ ସୁରେନ୍ଦ୍ର ନାଥ ସାହୁ, ଉପ- ସଭାପତି ମନ୍ମଥ ରଞ୍ଜନ ବେହେରା, ସମ୍ପାଦକ ଅଜୟ କୁମାର ପାଇକରାୟ, ଯୁଗ୍ମ ସମ୍ପାଦିକା ଦିନମୟୀ ଦାସ, କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ତ୍ରିପାଠୀ, ପରିଚାଳନା ସମିତି ସଦସ୍ୟ ନବକୃଷ୍ଣ ମହାପାତ୍ର, ପ୍ରତିମା ପ୍ରଧାନ, ପ୍ରଧାନ ଆଚାର୍ଯ୍ୟ ରତିକାନ୍ତ ଅବଧାନ, ଆଚାର୍ଯ୍ୟା ପ୍ରତିନିଧି ପ୍ରମୂଖ କଳ୍ପନା ମିଶ୍ର ଏବଂ ଅନ୍ୟାନ୍ୟ ଗୁରୁଜୀ, ଗୁରୁମା ତଥା କର୍ମଚାରୀ ମାନଙ୍କ ତତ୍ୱାବଧାନରେ ପୂଜାର୍ଚ୍ଚନା, ହୋମ, ଗୃହପ୍ରବେଶ ଏବଂ ପ୍ରସାଦସେବନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶିଶୁ ମନ୍ଦିର ଛାତ୍ରଛାତ୍ରୀ, ଅଭିଭାବକ, ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷାବିତ ଏବଂ ଅନେକ ଶୁଭେଚ୍ଛୁ ଯୋଗଦେଇଥିଲେ। ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ହେଲା ଏହି ଶିଶୁ ମନ୍ଦିରଟି ଭଡ଼ା ଘରେ ଚାଲି ଆସୁଥିଲା। ଏବେ ପ୍ରାରମ୍ଭ ଏବଂ ବୋଧରୁ ଆରମ୍ଭ କରି ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ଏହାପରେ ପର୍ଯ୍ୟାୟକ୍ରମେ ସମସ୍ତ ଶ୍ରେଣୀର ଶିକ୍ଷାଦାନ ଖୁବଶୀଘ୍ର ନୂତନ ଗୃହରେ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles