Wednesday, June 18, 2025

କ୍ରିକେଟରୁ ଅବସର ଘୋଷଣା କଲେ ଶିଖର ଧାୱନ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଓପନର ଶିଖର ଧାୱନ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ସେ ଏକ ଭାବପ୍ରବଣ ଭିଡିଓ ଶେୟାର କରି ଅବସର ନେଉଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ୨୦୧୦ରେ ଶିଖର ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ କ୍ରିକେଟ ଆରମ୍ଭ କରିଥିଲେ। ୨୦୨୨ରେ ବାଂଲାଦେଶ ବିପକ୍ଷ ସିରିଜ ପରେ ସେ ଶେଷ ଦିନିକିଆ ମ୍ୟାଚ ଖେଳିଥିଲେ। ଏହା ପରେ ତାଙ୍କୁ ଆଉ ଟିମ ଇଣ୍ଡିଆରେ ସ୍ଥାନ ମିଳି ନଥିଲା। ୨୦୧୩ରେ ଶିଖର ଟେଷ୍ଟ ଏବଂ ୨୦୧୧ରେ ଟି୨୦ରେ ଖେଳିଥିଲେ। ୩୪ ଟେଷ୍ଟରେ ସେ ୨୩୧୫ ରନ, ୧୬୭ ଦିିନିକିଆରେ ୭୪୩୬ ଓ ୬୮ ଟି୨୦ରେ ୧୭୫୯ ରନ ସଂଗ୍ରହ କରିଛନ୍ତି ।

ତେବେ, ଅବସର ନେବା ପରେ ସେ ଆଇପିଏଲରେ ଖେଳିବେ କି ନାହିଁ ସେ ସମ୍ପର୍କରେ ସ୍ପଷ୍ଟ କରିନାହାନ୍ତି। ୨୦୨୪ରେ ସେ ପଞ୍ଜାବ କିଙ୍ଗସ ପକ୍ଷରୁ ଖେଳିଥିଲେ। ଆଘାତ ଓ ପାରିବାରିକ ସମସ୍ୟା ଯୋଗୁ ତାଙ୍କ ଆନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ବାଧାପ୍ରାପ୍ତ ହୋଇଥିଲା। ସୂଚନାଯୋଗ୍ୟ ଯେ ୨୦୨୩ ଅକ୍ଟୋବରରେ ପତ୍ନୀ ଆୟଶାଙ୍କ ସହ ତାଙ୍କର ଛାଡପତ୍ର ହୋଇଥିଲା।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles