Wednesday, June 18, 2025

କୋଟିଆରେ ପୁଣି ପଶିଲା ଆନ୍ଧ୍ର: କୁଆଡ଼େ ଗଲେ ଧର୍ମେନ୍ଦ୍ର?

ଭୁବନେଶ୍ୱର: କୋଟିଆରେ ପୁଣି ‌ପଶିଛି ଆନ୍ଧ୍ର। ଶୁକ୍ରବାର ଆନ୍ଧ୍ର ପ୍ରଶାସନ ତିନୋଟି ସ୍ଥାନରେ ଗ୍ରାମସଭା କରିଥିବା ସୂଚନା ମିଳିଛି। ନିର୍ବାଚନ ପରେ ଆନ୍ଧ୍ରପ୍ରଦେଶର ଏହା ଦ୍ୱିତୀୟ କାର୍ଯ୍ୟକ୍ରମ ବୋଲି ଜଣାପଡ଼ିଛି। କୋଟିଆକୁ ବିଭାଜନ କରିଥିବା ଫାଟୁସିନେରି, ଫଗୁଣସିନେରୀ, ଗଞ୍ଜେଇପଦର, ପଞ୍ଚାୟତରେ ଗ୍ରାମସଭା ଆୟୋଜନ କରି ସ୍ଥାନୀୟ ଅଧିବାସୀଙ୍କୁ ଆନ୍ଧ୍ରମୁହାଁ କରିବା ନିମନ୍ତେ ଆନ୍ଧ୍ରର ଅଧିକାରୀମାନେ ପ୍ରୟାସ କରିଥିବା ସୂଚନା ମିଳିଛି। ଓଡ଼ିଶା ସରକାରଙ୍କ ବିରୋଧ ସତ୍ତ୍ବେ ଆନ୍ଧ୍ର ଅଧିକାରୀମାନେ ଏଭଳି ଦାଦାଗିରି ଚଳାଇଛନ୍ତି। ରାଜ୍ୟରେ ବିଜେପି ସରକାର ଆସିବା ପରେ ଆନ୍ଧ୍ରର ଉତ୍ପାତ ବନ୍ଦ ହୋଇଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ, ଆନ୍ଧ୍ର ଉତ୍ପାତ ବଢ଼ିବାରେ ଲାଗିଛି। ଓଡ଼ିଶାରେ ବିଜେପିର ଡବଲ୍ ଇଞ୍ଜିନ୍ ସରକାର ମଧ୍ୟରେ ଆନ୍ଧ୍ର ସରକାର ମଧ୍ୟ ଏନଡିଏରେ ସାମିଲ ଅଛନ୍ତି। ତବେ ଓଡ଼ିଶାରେ ବିଜେଡି ସରକାର ଥିବା ସମୟରେ କୋଟିଆ ଗସ୍ତ କରି “ଗୋ- ବ୍ୟାକ୍ ଆନ୍ଧ୍ରା” ନ୍ୟାରା ଦେଇ ଚିତ୍କାର କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ଡବଲ୍ ଇଞ୍ଜିନ୍ ସରକାର ବେଳେ ଆନ୍ଧ୍ରର କୋଟିଆ ପ୍ରବେଶ ନେଇ କାହିଁକି ମୁହଁ ଖୋଲୁନାହାନ୍ତି ବୋଲି ପ୍ରଶ୍ନ ଉଠୁଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles