Wednesday, June 18, 2025

ଏକୀକୃତ ପେନ୍‌ସନ୍‌ ଯୋଜନା (ୟୁପିଏସ)କୁ କ୍ୟାବିନେଟ୍‌ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଆଜି ଏକୀକୃତ ପେନସନ୍‌ ଯୋଜନା (ୟୁପିଏସ୍‌)କୁ ମଞ୍ଜୁରି ମିଳିଛି।

ୟୁପିଏସ୍‌ର ପ୍ରମୁଖ ବୈଶିଷ୍ଟ୍ୟ ଗୁଡ଼ିକ ହେଲା :

● ସୁନିଶ୍ଚିତ ପେନ୍‌ସନ୍‌- ୨୫ ବର୍ଷର ସର୍ବନିମ୍ନ ଯୋଗ୍ୟତା ଅର୍ଜନକାରୀ ସେବା ଅବଧି ପାଇଁ ଅବସର ପୂର୍ବର ୧୨ ମାସରେ ମିଳିଥିବା ହାରାହାରୀ ମୂଳ ଦରମା ବା ବେସିକ୍‌ ପେ’ର ୫୦% ମିଳିବ। ଏହି ବେତନ ସର୍ବନିମ୍ନ ୧୦ ବର୍ଷର ଚାକିରି ଅବଧି ଠାରୁ ଆରମ୍ଭ କରି ୨୫ ବର୍ଷ ପର୍ଯ୍ୟନ୍ତ ସେବା ଅବଧି କ୍ଷେତ୍ରରେ ଆନୁପାତିକ ଭାବେ ମିଳିବ।
● ସୁନିଶ୍ଚିତ ପାରିବାରିକ ପେନ୍‌ସନ୍‌- ମୃତ୍ୟୁ ପୂର୍ବରୁ କର୍ମଚାରୀ ପାଉଥିବା ପେନ୍‌ସନ୍‌ର ୬୦ ପ୍ରତିଶତ ଦରରେ ପାରିବାରିକ ପେନସନ୍‌ ମିଳିବ।
● ସୁନିଶ୍ଚିତ ସର୍ବନିମ୍ନ ପେନସନ୍‌- ସର୍ବନିମ୍ନ ୧୦ ବର୍ଷ ଚାକିରି ଅବଧି ସାରି ଅବସର ନେବା ପରେ ମାସିକ ୧୦,୦୦୦ ଟଙ୍କା।
● ମୁଦ୍ରାସ୍ଫିତୀ ଅନୁରୂପ ପେନ୍‌ସନ୍‌ ନିର୍ଦ୍ଧାରଣ- ସୁନିଶ୍ଚିତ ପେନ୍‌ସନ୍‌, ସୁନିଶ୍ଚିତ ପାରିବାରିକ ପେନସନ୍‌ ଓ ସୁନିଶ୍ଚିତ ସର୍ବନିମ୍ନ ପେନ୍‌ସନ୍‌ ଉପରେ। ସେବା କର୍ମଚାରୀଙ୍କ କ୍ଷେତ୍ରରେ ଶିଳ୍ପ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରରେ ମହଙ୍ଗା ସହାୟତା।
● ଅବସର ପରେ ଗ୍ରାଚୁଇଟି ବ୍ୟତୀତ ଏକକାଳୀନ ରାଶି- ପ୍ରତ୍ୟେକ ସମ୍ପୂର୍ଣ୍ଣ ୬ ମାସ ସେବା ପାଇଁ ଅବସର ତାରିଖରେ ମିଳୁଥିବା ମାସିକ ପାରିଶ୍ରମିକ (ବେତନ+ଡିଏ)ର ୧/୧୦ ଭାଗ ମିଳିବ। ଏହି ରାଶି କାରଣରୁ ସୁନିଶ୍ଚିତ ପେନ୍‌ସନର ପରିମାଣ କମ୍‌ ହେବ ନାହିଁ।
swodhyay.in

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles