ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ପାଇଁ ଭାରତୀୟ ଦଳର ଘୋଷଣା ହୋଇଛି। ରୋହିତ ଶର୍ମା ନେତୃତ୍ୱାଧୀନ ୧୬ ଜଣିଆ ଦଳରେ ରିଷଭ ପନ୍ତ ଦୀର୍ଘ ଦିନ ପରେ ଟେଷ୍ଟ ଟିମକୁ ଫେରିଛନ୍ତି। ଦୁଲୀପ ଟ୍ରଫିର ପ୍ରଦର୍ଶନକୁ ଭିତି କରି ଏହି ଦଳ ଚୟନ କରାଯାଇଛି। ସୂଚନାଯୋଗ୍ୟ ଯେ ବାଂଲାଦେଶ ଏହି ଗସ୍ତରେ ୨ଟି ସିରିଜ ପ୍ରଥମେ ଖେଳିବ। ଏହା ପରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳାଯିବ। ଶ୍ରେୟାଶ ଆୟାରଙ୍କୁ ଏହି ଦଳରେ ସୁଯୋଗ ମିଳି ନାହିଁ । ଟି୨୦ ବିଶ୍ୱକପ ପରେ ଯଶପ୍ରୀତ ବୁମରାହ ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଯାଉଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ବ୍ୟକ୍ତିଗତ କାରଣ ଯୋଗୁ ଖେଳି ପାରି ନଥିବା କୋହଲି ପ୍ରଥମ ଟେଷ୍ଟ ପାଇଁ ଦଳକୁ ଫେରିଛନ୍ତି।
ଭାରତୀୟ ଦଳ – ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୈସୱାଲ, ଶୁଭମନ ଗିଲ, ବିରାଟ କୋହଲି, କେଏଲ ରାହୁଲ, ସର୍ଫରାଜ ଖାଁ, ରିଷଭ ପନ୍ତ, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ୱୀନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୂଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶଦୀପ, ଯଶପ୍ରୀତ ବୁମରାହ, ୟଶ ଦୟାଲ।