Thursday, June 19, 2025

ବିଜେତ୍ରୀ ଫାଉଣ୍ଡେସନର ପ୍ରଥମ ପତ୍ରିକା “ବିଜେତ୍ରୀ ବିଜ୍ଞାନ” ବିଶେଶାଙ୍କ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ବର: ରାଜ ଭବନ ପରିସରରେ ସେପ୍ଟେମ୍ବର ୧୦ ତାରିଖ ଦିନ ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କ କରକମଳରେ ବିଜେତ୍ରୀ ଫାଉଣ୍ଡେସନର ପ୍ରଥମ ପତ୍ରିକା ବିଜେତ୍ରୀ (ବିଜ୍ଞାନ ବିଶେଶାଙ୍କ) ଉନ୍ମୋଚିତ ହୋଇଯାଇଛି। ଏହି ଭବ୍ୟ କାର୍ଯ୍ୟକ୍ରମରେ ଫାଉଣ୍ଡେସନର ନିର୍ଦ୍ଦେଶକ ପ୍ରେମାନନ୍ଦ ନାଥ ଉପସ୍ଥିତ ଉପଦେଷ୍ଟା ମଣ୍ଡଳୀଙ୍କ ପରିଚୟ ପ୍ରଦାନ କରିଥିଲେ। ଅନ୍ୟତମ ନିର୍ଦ୍ଦେଶକ ତଥା ପତ୍ରିକାର ସମ୍ପାଦକ ଡ. ସୁର୍ଦଶନ ରାଜ ଫାଉଣ୍ଡେସନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରି କହିଥିଲେ ଯେ ଯୁବକ ମାନଙ୍କର ମୂଳଭିତିକୁ ସୁଦୃଢ କରି ସେମାନଙ୍କୁ ବୈଶ୍ବିକ ଜ୍ଞାନ କୌଶଳ ସହିତ ପରିଚିତ କରାଇ ନିଜ ପରିବେଶକୁ ଅଗ୍ରଣୀ କରିବା ହିଁ ଅନୁଷ୍ଠାନର ଉଦେଶ୍ୟ। ଏହାର ଉପଦେଷ୍ଟା ବୈଜ୍ଞାନି ନିକ ଡ. ଚିତରଞ୍ଜନ ପଣ୍ଡା ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହି ଅନ୍ୟତମ ଉପଦେଣ୍ଡା ଚୌଧୁରୀ ରୁଦ୍ରଚରଣ ମହାନ୍ତି ଓ ରାଜେନ୍ଦ୍ର ନାରାୟଣ ହରିଚନ୍ଦନ ମହାମହିମଙ୍କୁ ଉତରୀୟ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ. ଶରତ ଚନ୍ଦ୍ର ବେହେରା, ପ୍ରସନ୍ନ କୁମାର ସେନାପତି, ସୁବ୍ରତ କୁମାର ତ୍ରିପାଠୀ, ଡ. ଜିରେନ୍ଦ୍ର କୁମାର ସାହୁ, ଡ. ସିଦ୍ଧାର୍ଥ ତିୱାରୀ, ଦୁଷ୍ମନ୍ତ ବାରିକ, କାର୍ତ୍ତିକ ପରିଡା, ରମେଶ ଚନ୍ଦ୍ର ଜେନା, ଜୟକୃଷ୍ଣ ପୃଷ୍ଟି, କ୍ଷୀରୋଦ ବିହାରୀ ଓ ରାଜେଶ୍ଵର ରାଉତ ପ୍ରମୁଖ ଊପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles