ଗୋ- ମାତା ରକ୍ଷକ ଲାଗିଯା ଜୀବନ
ଅହରହ ଚିନ୍ତାଶିଳ
ସନାତନ ହିନ୍ଦୁ ଘେନି ରକ୍ତବିନ୍ଦୁ
ସର୍ବଦା ସେ ଯତ୍ନଶିଳ।
ସେହି ଯେ ଆମର ସ୍ନେହ ଯା’ ମଧୁର
ଆଜି ଭବ ମଞ୍ଚ ତେଜି
ଉଭାଇ ଗଲେ ସେ ଅଫେରନ୍ତା ପୁରେ
ଆଉ କି ପାରିବୁ ଖୋଜି।
ଆମ ଅନୁଷ୍ଠାନ ପ୍ରତିଭା ସୁଜନ
ଅପୁରଣ କ୍ଷତି ନେଇ
ସର୍ବେ ଶୋକାକୁଳ ଯା’ ପାଇଁ ବ୍ୟାକୁଳ
ସେତ ଆମ୍ଭ ପାଶେ ନାହିଁ।
ବିଭୁଙ୍କ ଚରଣେ ଭକତି ଅର୍ପଣେ
ଏତିକି ମିନତି ମାତ୍ର
ଡୁଗୁଲା ଭାଇର ସୁଆତ୍ମା ମାତର
ସଦ୍ଗତି ଲଭନ୍ତୁ ଆତ୍ର।
ଜନମ ହୋଇଲେ ଭବ ମଞ୍ଚପୂରେ
ମରଣଟି ନିତ୍ୟ ସତ୍ୟ
କିନ୍ତୁ ଅକାଳରେ ବାୟୋଗ ସାଗରେ
ଗଭୀର ଦୁଃଖେ ସନ୍ତାପ।
ଭାଇ ଗଲେ ଚାଲି ଲାଗେ କାଲି ଭଳି
ଆମ ସାଙ୍ଗ ସାଥୀ ମେଳେ
ଦୁଃଖ ସୁଖ ଘେନି ଦିବସ ରଜନୀ
ଭାବରେ ଥିଲେ ସକଳେ।
ଭାଇ ସିନା ଗଲେ ଆମ୍ଭେ ଦିନେ ଯିବା
କେହି ନୁହେଁ ଚିରନ୍ତନ
ନିୟତି ନିର୍ଦ୍ଦେଶେ ସର୍ବେ ବନ୍ଧା ଶେଷେ
ଏହି ତ’ ବିଧି ବିଧାନ।
ପିତା ମାତାଙ୍କର ଆଜୀବନ ଦୁଃଖ
ବନ୍ଧୁ ସହୋଦର ଘେନି
ଶୋକ ସାଗରରେ ଭସାଇତ ଦେଲେ
ନାହିଁ ଯା’ ଭାଷା ଲେଖିନି।
ବ୍ରହ୍ମାନନ୍ଦ ଦାସ
ନିରାକାରପୁର, ଖୋର୍ଦ୍ଧା