Thursday, June 19, 2025

ବଲିଉଡ ସମ୍ପର୍କରେ କଙ୍ଗନା ଯାହା କହୁଛନ୍ତି ତାହା ଠିକ: କଙ୍ଗନାଙ୍କ ସମର୍ଥନରେ ଉର୍ବଶୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀରୁ ନେତ୍ରୀ ପାଲଟିଥିବା କଙ୍ଗନା ରାନାୱତଙ୍କ ସମର୍ଥନରେ ବାହାରିଛନ୍ତି ଅଭିନେତ୍ରୀ ଉର୍ବଶୀ ରୌତେଲା। ଉର୍ବଶୀ କହିଛନ୍ତି, କଙ୍ଗନା ଫିଲ୍ମ ଇଣ୍ଡଷ୍ଟ୍ରିର ନକାରାତ୍ମକ ଦିଗକୁ ସାହସର ସହ ସାମ୍ନାକୁ ଆଣିଥାଆନ୍ତି। କଙ୍ଗନା କିଛି ଭୁଲ କଥା କହୁନାହାନ୍ତି। ତାଙ୍କର ସାହସ ଅଛି ବୋଲି ସେ ଏ ଭଳି ପଦକ୍ଷେପ ନେଇ ପାରୁଛନ୍ତି। ବଲିଉଡ ଇଣ୍ଡଷ୍ଟ୍ରିରେ ସଚ୍ଚୋଟ ଲୋକଙ୍କ ସଂଖ୍ୟା ବହୁତ କମ ବୋଲି ଉର୍ବଶୀ କହିଛନ୍ତି। ଉର୍ବଶୀ ତାଙ୍କ ବଲିଉଡ ଫିଲ୍ମ କ୍ୟାରିୟର ସିଂହ ସାବ ଦ ଗ୍ରେଟରୁ ଆରମ୍ଭ କରିଥିଲେ। ମାତ୍ର ୧୫ ବର୍ଷ ବୟସରେ ଉର୍ବଶୀ ତାଙ୍କ ଜୀବନର ବଡ଼ ସଫଳତା ପାଇଥିଲେ। ସେ ମିସ୍ ଟିନ୍ ଇଣ୍ଡିଆ ପ୍ରତିଯୋଗିତାରେ ବିଜୟିନୀ ହୋଇଥିଲେ। ଜଣେ କୈଶର ମଡେଲ ଭାବରେ ଲାକ୍‌ମି ଫ୍ୟାସନ୍ ଉଇକ୍ ଏବଂ ଆମାଜନ୍ ଫ୍ୟାସନ୍ ଉଇକ୍ର ରାମ୍ପରେ ଚାଲିଥିଲେ। ଏହାପରେ ୧୭ ବର୍ଷ ବୟସରେ ଉର୍ବଶୀ ଇଣ୍ଡିଆନ୍ ପ୍ରିନ୍ସେସ୍ ଏବଂ ମିସ୍ ଟୁରିଜିମ୍ କୁଇନ୍ ଅଫ୍ ଦ ଇଅର ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ। ସେହି ସମୟରେ ଉର୍ବଶୀଙ୍କୁ ହିନ୍ଦୀ କଥାଚିତ୍ର ଇସକ୍‌ଜାଦେ କଥାଚିତ୍ରରେ ଅଭିନୟ ପାଇଁ ସୁଯୋଗ ମିଳିଥିଲା, ମାତ୍ର ସେ ମିସ୍ ଇଉନିଭର୍ସ ପାଇଁ ଏହି କଥାଚିତ୍ରରେ ଅଭିନୟ କରିନଥିଲେ। ୨୦୧୨ ମସିହାରେ ମିସ୍ ଇଉନିଭର୍ସ ପ୍ରତିଯୋଗିତାରେ ତାଙ୍କୁ ଆଇ ଆମ୍ ସି ଟାଇଟେଲ୍ ମିଳିଥିଲା, ମାତ୍ର ବୟସ କମ ଥିବା ହେତୁ ତାଙ୍କୁ ଏହି ଟାଇଟେଲ୍ ଫେରସ୍ତ କରିବାକୁ ପଡ଼ିଥିଲା। ୨୦୧୫ ମସିହାରେ ଉର୍ବଶୀ ପୁଣିଥରେ ମିସ୍ ଉଇନିଭର୍ସ ଇଣ୍ଡିଆର ବିଜେତା ହୋଇଥିଲେ। ସେ ହେଉଛନ୍ତି ପ୍ରଥମ ଏବଂ ଏକମାତ୍ର ମହିଳା ଯିଏକି ମିସ୍ ଉଇନିଭର୍ସ ଦୁଇଥର ଜିତିଛନ୍ତି। ୨୦୧୫ ମସିହାର ମିସ୍ ଉଇନିଭର୍ସ ପ୍ରତିଯୋଗିତାରେ ଉର୍ବଶୀ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିଲେ

ସୂଚନାଯୋଗ୍ୟ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଏମରଜେନ୍ସିକୁ ନେଇ କଙ୍ଗନା ଏବେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମକୁ ରିଲିଜ ନକରିବା ପାଇଁ କଙ୍ଗନାଙ୍କୁ ଧମକ ମଧ୍ୟ ମିଳୁଛି। ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସେନ୍ସର ବୋର୍ଡ ଏଥିରେ କେତେକ ଦୃଶ୍ୟ ଏବଂ ସଂଳାପ ଉପରେ ଆପତ୍ତି ଉଠାଇଛି। କଙ୍ଗନା ଅଭିନେତ୍ରୀ ଭାବେ ନିଜର ସ୍ୱତନ୍ତ୍ର ଛାପ ଛାଡିବା ପରେ ରାଜନୀତିରେ ପାଦ ଦେଇଛନ୍ତି। ବିଜେପି ପ୍ରାର୍ଥୀ ଭାବେ ସେ ୨୦୨୪ ଲୋକସଭା ନିର୍ବାଚନରେ ହିମାଚଳ ପ୍ରଦେଶ ମଣ୍ଡି ଆସନରୁ ବିଜୟ ହାସଲ କରିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles