Thursday, June 19, 2025

ଗୋମାତା – ରାଜ୍ୟମାତା: ଗାଈକୁ ‘ରାଜ୍ୟମାତା’ର ମାନ୍ୟତା ଦେଲେ ସରକାର

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ଏକନାଥ ସିନ୍ଦେ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ସରକାର ଦେଶୀ ଗାଈକୁ ‘ରାଜ୍ୟମାତା’ର ମାନ୍ୟତା ଦେଇଛନ୍ତି। ସୋମବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସାରା ଦେଶରେ ଗୋହତ୍ୟା, ବେଆଇନ୍ ଗୋଚାଲାଣ ନେଇ ବିବାଦ ଲାଗି ରହିଥିବା ବେଳେ ନିର୍ବାଚନ ପୂର୍ବରୁ ସିନ୍ଦେ ସରକାରଙ୍କ ଏହା ଏକ ବଡ଼ ନିଷ୍ପତ୍ତି ବୋଲି ବିବେଚନା କରାଯାଉଛି। ବୈଦିକ କାଳରୁ ହିନ୍ଦୁ ଧର୍ମ ଓ ସଂସ୍କୃତିରେ ଗାଈର ସମ୍ମାନନୀୟ ଭୂମିକା ରହିଆସିଛି। ଏହାସହ ମାନବ ଖାଦ୍ୟରେ ଗାଈ କ୍ଷୀରର ଉପଯୋଗିତା, ଆୟୁର୍ବେଦ ଔଷଧ, ପଞ୍ଚଗବ୍ୟ ଚିକିତ୍ସା ପ୍ରଣାଳୀ ଏବଂ ଜୈବିକ କୃଷି ପ୍ରଣାଳୀରେ ଦେଶୀ ଗୋବର ଓ ଗୋମୂତ୍ରର ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଦୃଷ୍ଟିରେ ରଖି ଦେଶୀ ଗାଈମାନଙ୍କୁ “ରାଜ୍ୟମାତା ଗୋମାତା” ଘୋଷଣା କରିବାକୁ ମହାରାଷ୍ଟ୍ର ସରକାର ଅନୁମୋଦନ ଦେଇଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles