Thursday, June 19, 2025

ନିୟନ୍ତ୍ରଣରେ ଭଦ୍ରକ ହିଂସା: ଡିଜିପି- ସୋସିଆଲ ମିଡିଆ ଗୁଜବ ଠାରୁ ଦୂରେଇ ରହିବାକୁ ଅପିଲ୍

ଭୁବନେଶ୍ୱର/ଭଦ୍ରକ: ଭଦ୍ରକରେ ଶାନ୍ତି ଫେରାଇ ଆଣିବାକୁ ପୋଲିସର ଉଦ୍ୟମ। ଭଦ୍ରକରେ ପହଞ୍ଚି ହିଂସା ଘଟଣାର ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ୱାଇ.ବି.ଖୁରାନିଆ। ଭଦ୍ରକ ଓ ଧାମନଗରରେ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି। ତାଙ୍କ ସହ ବରିଷ୍ଠ ଅଧିକାରୀଙ୍କ ସମେତ ଭଦ୍ରକ ଜିଲ୍ଲାପାଳ ଏବଂ ଏସପି ଉପସ୍ଥିତ ଥିଲେ। ଆଇନଶୃଙ୍ଖଳା ସ୍ଥିତି ଅନୁଧ୍ୟାନ ପରେ ଡିଜି ପ୍ରତିକ୍ରିୟାରେ କହିଛନ୍ତି, ପରିସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି। ସାଧାରଣ ଲୋକ ଭୟଭୀତ ହେବା ଆବଶ୍ୟକ ନାହିଁ। ପୁଲିସ ନିଜର ଦାୟିତ୍ୱ ତୁଲାଉଛି। ସ୍ଥିତିରେ ନିଶ୍ଚିତ ସୁଧାର ଆସିବ। ଦିନେ ଦୁଇ ଦିନରେ ସ୍ଥିତି ସ୍ଵାଭାବିକ ହେବ। ଅଧିକାରୀଙ୍କ ସହ ଆଲୋଚନା କରିଛି। ୨୨ ତାରିଖରେ ଘଟଣା ପରେ ପୋଲିସ ସଜାଗ ହୋଇଛି। ୫ଟି ଥାନା ଅଞ୍ଚଳ ପ୍ରଭାବିତ ହୋଇଛି। ପୋଲିସ ଓ ରାପିଡ ଆକ୍ସନ ଫୋର୍ସ ନିୟମିତ ପାଟ୍ରୋଲିଂ କରୁଛନ୍ତି । ସୋସିଆଲ ମିଡ଼ିଆରେ ଭୁଲ୍ ପୋଷ୍ଟ ହେଉଥିବା ଆମ ନଜରକୁ ଆସୁଛି। ଆପତ୍ତିଜନକ ପୋଷ୍ଟ ଦେଖିଲେ ପୋଲିସକୁ ଜଣାନ୍ତୁ। ପୋଲିସ କାର୍ଯ୍ୟାନୁଷ୍ଠାନ ନେବ। ଏହାସହ ସୋସିଆଲ ମିଡିଆରେ ହେଉଥିବା ମିଥ୍ୟା ଅପପ୍ରଚାର ଓ ଗୁଜବଠୁ ଦୂରେଇ ରହିବା ସହ ଅଯଥା କମେଣ୍ଟ ନ କରିବାକୁ ଜନସାଧାରଣଙ୍କୁ ଅପିଲ୍‌ କରିଛନ୍ତି ଡିଜି। ଅନ୍ୟପଟେ ୪ ଦିନ ପରେ ବି ଚାପା ଉତ୍ତେଜନା ଥିବାରୁ ୧୬୩ ଧାରା ବଳବତ୍ତର ରହିଛି। ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଥିବା ବେଳେ ଧାମନଗର ଓ ଦୋବଲରେ ଧାରା ୧୬୩କୁ ସାମାନ୍ୟ କୋହଳ କରାଯାଇଛି। ସକାଳ ୬ଟାରୁ ରାତି ୮ଟା ଯାଏଁ କଟକଣା ମଧ୍ୟରେ ଦୋକାନ ବଜାର ଖୋଲିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। କୌଣସି ସ୍ଥାନରେ ୨ରୁ ଅଧିକ ଲୋକ ଭିଡ଼ ନଜମାଇବା, ମିଟିଂ ଓ ରାଲି ନକରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି। ପରିସ୍ଥିତିକୁ ଦେଖି ଇଣ୍ଟରନେଟ ସେବା ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଛି ପୋଲିସ୍।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles