Wednesday, June 18, 2025

ଛାତ୍ରଛାତ୍ରୀ ପଢ଼ିବେ ପ୍ରେମପାଠ: କଲେଜକୁ ନିର୍ଦ୍ଦେଶ ଦେଲେ ସରକାର!

ନୂଆଦିଲ୍ଲୀ: ମହାବିଦ୍ୟାଳୟ ତଥା ବିଶ୍ୱ ବିଦ୍ୟାଳୟ ଗୁଡ଼ିକରେ ଏଣିକି ଛାତ୍ରଛାତ୍ରୀ ପଢ଼ିବେ ପ୍ରେମପାଠ। ଏହାକୁ ନେଇ ମହାବିଦ୍ୟାଳୟ ତଥା ବିଶ୍ୱ ବିଦ୍ୟାଳୟ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର! ଛାତ୍ରଛାତ୍ରୀ ମାନଙ୍କୁ ରୋମାଣ୍ଟିକ ସମ୍ପର୍କକୁ ଭଲ ଭାବରେ ବୁଝିବାକୁ ସାହାଯ୍ୟ କରିବ ଏହି ପାଠ୍ୟକ୍ରମ। କଲେଜ ଏବଂ ୟୁନିଭରସିଟି ଗୁଡ଼ିକରେ ଛାତ୍ରଛାତ୍ରୀ ମାନେ ଏବେ ପରସ୍ପରକୁ ଭଲ ପାଇବା ଶିଖିବେ, ରୋମାନ୍ସ କରିବେ। ପ୍ରେମ ଶିକ୍ଷା ଆରମ୍ଭ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ରୋମାଣ୍ଟିକ ସମ୍ପର୍କ, ବିବାହ ଏବଂ ସନ୍ତାନ ପ୍ରସବ ଉପରେ ସକରାତ୍ମକ ମନୋଭାବକୁ ପ୍ରୋତ୍ସାହିତ କରିବା। ତେବେ ଏହି ନିଷ୍ପତ୍ତି ଭାରତ ସରକାରଙ୍କର ନୁହଁ। ଏ’ ନିଷ୍ପତ୍ତି ଭାରତର ପଡୋଶୀ ଦେଶ ଚାଇନାର। ଚାଇନାକୁ ଘାରିଛି ଜନସଂଖ୍ୟା ହ୍ରାସ ପାଇବାର ଚିନ୍ତା। ତେଣୁ ଚୀନ୍ ସରକାର କଲେଜ ଗୁଡ଼ିକରେ ପ୍ରେମ ଶିକ୍ଷା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଚାଇନାରେ ଜନସଂଖ୍ୟା ହ୍ରାସ ପାଉଛି। ଏଥିରେ ସୁଧାର ଆଣିବା ଉଦ୍ଦେଶ୍ୟରେ ସରକାର ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ପ୍ରେମ ଶିକ୍ଷା ଆରମ୍ଭ କରିବାକୁ ପଦକ୍ଷେପ ନେଇଛନ୍ତି। ଯାହାଦ୍ୱାରା କଲେଜ ପିଲାମାନେ ପ୍ରଜନନ କ୍ଷମତା ହ୍ରାସକୁ ରୋକି ପାରିବେ। ଚୀନର ରାଜ୍ୟ ପରିଷଦ ସ୍ଥାନୀୟ ସରକାରଙ୍କୁ ଉପଯୁକ୍ତ ବୟସରେ ପ୍ରସବ ଏବଂ ବିବାହକୁ ପ୍ରୋତ୍ସାହିତ କରି ଜନସଂଖ୍ୟା ହ୍ରାସ ଭଳି ସମସ୍ୟାର ମୁକାବିଲା କରିବାକୁ ଅନୁରୋଧ କରିଥିଲା। ବାସ୍ତବରେ, ଚାଇନାର କଲେଜ ଛାତ୍ରଛାତ୍ରୀଙ୍କ ମନରେ କୌଣସି ରୋମାଣ୍ଟିକ ସମ୍ପର୍କ ପ୍ରତି ଆଗ୍ରହ ନାହିଁ। ପ୍ରେମ ବିବାହ ପ୍ରତି ସେମାନଙ୍କର ମନରେ ରୁଚି ନାହିଁ। ଚାଇନା ପପୁଲେସନ୍ ନ୍ୟୁଜ୍ ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ୫୭% କଲେଜ ପିଲା ରୋମାଣ୍ଟିକ ସମ୍ପର୍କ ପ୍ରତି ଆଗ୍ରହ ପ୍ରକାଶ କରୁ ନାହାଁନ୍ତି। ଏହାର ମୁଖ୍ୟ କାରଣ ହେଲା ସମ୍ପର୍କ ସହିତ ପାଠପଢାକୁ ବାଲାନ୍ସ କରିବାରେ ଅସୁବିଧା। ରିପୋର୍ଟରେ ଦର୍ଶାଯାଇଛି ଯେ, ସମ୍ପର୍କ ଉପରେ ବିସ୍ତୃତ ଓ ବୈଜ୍ଞାନିକ ଶିକ୍ଷାର ଅଭାବ ହେତୁ ଅନେକ ଛାତ୍ରଛାତ୍ରୀ ଭାବନାତ୍ମକ ସମ୍ପର୍କ ବିଷୟରେ ଏକ ଅସ୍ପଷ୍ଟ ଧାରଣା ରଖିଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ଜନସଂଖ୍ୟା,ବିବାହ ଏବଂ ପରିବାର ଯୋଜନା ଉପରେ ସମକାଳୀନ ଦୃଷ୍ଟିକୋଣ ବିଷୟରେ ଶିକ୍ଷା ଦେଇ ଜନସଂଖ୍ୟା ବୃଦ୍ଧି ପ୍ରତି ଉତ୍ସାହିତ କରିବାକୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ କୁହାଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles