Thursday, June 19, 2025

ଓଡ଼ିଶାରେ ବଢ଼ୁଛି ମଦ କାରବାର: ଆପଣମାନେ ଖୁସି ତ?

ଭୁବନେଶ୍ୱର: ଓଡ଼ିଶାରେ ବଢ଼ୁଛି ମଦ କାରବାର। ଏ’ନେଇ ସୂଚନା ଦେଇଛନ୍ତି ଅବକାରୀ (ମଦ ବିଭାଗ) ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ରାଜ୍ୟରେ ବଢୁଛି ଅବକାରୀ ରାଜସ୍ବ। ବରଗଡ଼ ଜିଲାରୁ ମଦ ଉପରେ ସର୍ବାଧିକ ରାଜସ୍ବ ଆଦାୟ ହେଉଥିବା ବେଳେ ମଦ ବିକ୍ରିରେ ଦ୍ଵିତୀୟ ସ୍ଥାନରେ ରହିଛି ଗଞ୍ଜାମ। ଏ’ନେଇ ଶନିବାର ଦିନ ବିଧାନସଭାରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋସଙ୍କ ପ୍ରଶ୍ନର ଉତ୍ତର ଦେଇ ଏହି ତଥ୍ୟ ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଗତ ଆର୍ଥିକ ବର୍ଷରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ମଦ ବିକ୍ରୟରୁ ମୋଟ ରାଜସ୍ୱ ସମ୍ପର୍କରେ ପ୍ରଶ୍ନ କରିଥିଲେ ବିଧାୟିକା ସୋଫିଆ ଫିର୍ଦୋସ। ଏହାର ଉତ୍ତର ଦେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ଯେ ଗତ ଆର୍ଥିକ ବର୍ଷରେ ଓଡିଶାରେ ମଦ ବିକ୍ରୟରୁ ସଂଗ୍ରହ ହୋଇଥିବା ମୋଟ ଅବକାରୀ ରାଜସ୍ୱ ୭,୨୧୬.୯୯ କୋଟି ହୋଇଥିବା ବେଳେ ଭାଟ୍ ସମେତ ମୋଟ ରାଜସ୍ୱ ୧୦,୧୮୨.୨୪ କୋଟି ଟଙ୍କା ଆଦାୟ ହୋଇଛି। ଅବକାରୀ ମନ୍ତ୍ରୀ କହିଛନ୍ତି, ୨୦୨୨- ୨୩ ମସିହାରେ ୫ କୋଟି ୮୩ ଲକ୍ଷ ୪୪ ହଜାର ଲିଟର ବିଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩- ୨୪ରେ ୫ କୋଟି ୮୮ ଲକ୍ଷ ୮୫ ହଜାର ଲିଟର ବିଦେଶୀ ମଦ ବିକ୍ରି ହୋଇଛି। ସେହିପରି ୨୦୨୨- ୨୩ ମସିହାରେ ୮୪ ଲକ୍ଷ ୩୭ ହଜାର ଲିଟର ଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩- ୨୪ ମସିହାରେ ୯୮ ଲକ୍ଷ ୪୩ ହଜାର ଲିଟର ଦେଶୀ ମଦ ବିକ୍ରି ହୋଇଛି। ୨୦୨୩- ୨୪ ଆର୍ଥିକ ବର୍ଷରେ ଏହା ୭ ଲକ୍ଷ ୨୧ ହଜାର ୬୯୯ କୋଟି ଟଙ୍କାରେ ପହଞ୍ଚିଛି।
ସର୍ବାଧିକ ମଦ ରାଜସ୍ବ ବରଗଡ ଜିଲ୍ଲାରୁ ଆସୁଛି। ବରଗଡରୁ ସର୍ବାଧିକ ୧୨୪ କୋଟି ୯୯ ଲକ୍ଷର ଅବକାରୀ ରାଜସ୍ବ ଆଦାୟ ହୋଇଛି। ସେହିପରି ଦ୍ଵିତୀୟ ସ୍ଥାନରେ ରହିଛି ଗଞ୍ଜାମ। ଗଞ୍ଜାମରୁ ୧୦୦ କୋଟି ୯୬ ଲକ୍ଷର ଅବକାରୀ ରାଜସ୍ବ ଆଦାୟ କରାଯାଇଥିବା ଅବକାରୀ ମନ୍ତ୍ରୀ ସୂଚନା ଦେଇଛନ୍ତି। ନବୀନ ସରକାର ସମୟରେ ଓଡ଼ିଶାରେ ମଦ କାରବାର ବଢ଼ିଛି। ନବୀନ ସରକାର ମଦ ବିକ୍ରୟକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ନବୀନଙ୍କୁ “ମଦୁଆ ସରକାର” ବୋଲି ଆକ୍ଷେପ କରୁଥିବା ବିଜେପି ଏବେ ତାଙ୍କ ସରକାର ସମୟରେ ମଦ ବିକ୍ରି ବୃଦ୍ଧି ନେଇ କ’ଣ କହିବେ? ଏବେ ବିଜେପି କର୍ମୀ ଏବଂ ସାରା ଓଡ଼ିଶାବାସୀଙ୍କୁ ପ୍ରଶ୍ନ, ଓଡ଼ିଶାରେ ବୃଦ୍ଧି ପାଇଥିବା ମଦ କାରବାରକୁ ନେଇ ଆପଣ ମାନେ ଖୁସି ତ?

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles