Thursday, June 19, 2025

ସରକାରୀ ଯୋଜନାରୁ ବାଦ୍ ପଡ଼ିବେ ଅଯୋଗ୍ୟ ଚାଷୀ: ପ୍ରକୃତ ଚାଷୀ ଖୋଜିବାକୁ ନୂଆ ବର୍ଷରୁ ଆରମ୍ଭ ପଞ୍ଜୀକରଣ ..

ଭୁବନେଶ୍ୱର: ସରକାରୀ ଯୋଜନାରୁ ବାଦ୍ ପଡ଼ିବେ ଅଣଚାଷୀ। ପ୍ରକୃତ ଚାଷୀ ଖୋଜିବାକୁ ନୂଆ ବର୍ଷରୁ ଆରମ୍ଭ ହେବ ପଞ୍ଜୀକରଣ। ଚାଷୀଙ୍କୁ ମିଳିବ ୧୪ ଟିକିଆ ନମ୍ବର ବିଶିଷ୍ଟ ସ୍ୱତନ୍ତ୍ର ଆଇଡି। ଡିଜିଟାଲ୍ କୃଷକ କାର୍ଡ ବି ଯୋଗାଇ ଦେବେ ସରକାର। ଏଥିପାଇଁ ଚାଷୀଙ୍କ ଡାଟାବେସ୍ ପ୍ରସ୍ତୁତ କରିବା ଲାଗି ସବୁ ଜିଲ୍ଲାପାଳ ମାନଙ୍କୁ ଆକ୍ସନ ପ୍ଲାନ୍ ଏବଂ ଏସଓପିକୁ ପଠାଇଛି କୃଷି ବିଭାଗ। ସୂଚନା ମୁତାବକ ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୧ରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ଚାଲିବ। ଏଥିପାଇଁ ସବୁ ପଞ୍ଚାୟତରେ ଖୋଲିବ ସ୍ୱତନ୍ତ୍ର ଶିବିର। ଏହି ଶିବିରରେ ଦୁଇ ଜଣ ଲେଖାଏଁ ଗ୍ରାମ୍ୟ କୃଷି ସେବକ ଓ ଜଣେ ରାଜସ୍ୱ ନିରୀକ୍ଷକ ଉପସ୍ଥିତ ରହିବେ। ଚାଷୀଙ୍କୁ ଶିବିର ପର୍ଯ୍ୟନ୍ତ ଆଣିବା ପାଇଁ ସ୍ଥାନୀୟ କୃଷକ ସାଥୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ପ୍ରତ୍ୟେକ ଶିବିରର ତଦାରଖ ଦାୟିତ୍ୱରେ କୃଷି ଓଭରସିୟର, ବ୍ଲକ୍ କୃଷି ଅଧିକାରୀ, ଅତିରିକ୍ତ ତହସିଲଦାର କିମ୍ବା ତହସିଲଦାରଙ୍କ ମଧ୍ୟରୁ ଜଣେ ରହିବେ। ଚାଷୀମାନେ ନିଜର ଆଧାର କାର୍ଡ, ଆଧାର ଲିଙ୍କ ଥିବା ମୋବାଇଲ ଫୋନ୍, ଜମି ପଟ୍ଟା ( ଯାହା ଭୂଲେଖରେ ରେକର୍ଡ ଥିବ) ଅବା ଖର୍ଦ୍ଦି ଦଲିଲ ଦାଖଲ କରି ପଞ୍ଜିକରଣ କରିବେ। ପ୍ରଥମ ପର୍ଯ୍ୟାୟରେ ଆୟୋଜିତ ଏହି ଶିବିରରେ ପିଏମ୍ କିଷାନ, ପ୍ରଧାନମନ୍ତ୍ରୀ ଫସଲବୀମା, କୃଷକ ଓଡ଼ିଶାର ହିତାଧିକାରୀଙ୍କ ପଞ୍ଜିକରଣ ଶେଷ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜିକରଣ ମାର୍ଚ୍ଚ ୩୧ରୁ ଆରମ୍ଭ ହେବ, ଯାହା ୩ଟି ମାଧ୍ୟମରେ ବ୍ୟକ୍ତିଗତ ସ୍ତରରେ ଏଗ୍ରିଷ୍ଟାକ୍ ୱେବସାଇଟ୍ ଅବା ଆପ୍ ଜରିଆରେ, ଜନସେବା କେନ୍ଦ୍ରରେ ଓ ସହାୟକ ମଡେଲକୁ ଉପଯୋଗ କରି ଚାଷୀ ପଞ୍ଜିକରଣ କରାଯିବ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles