ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠି ମାଧ୍ୟମରେ ଭୁବନେଶ୍ୱର ମହାନଗର ନିଗମ ୱାର୍ଡ଼ ନମ୍ବର ୩୩ ଅନ୍ତର୍ଗତ ହଳଦୀପଡ଼ିଆ ସ୍ଥିତ ମା’ ମଙ୍ଗଳାଙ୍କ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଶୁଭାରମ୍ଭ ହୋଇଛି। ୩୩ ନମ୍ବର ୱାର୍ଡ଼ କାର୍ପୋରେଟର ଧରିତ୍ରୀ ଜେନାଙ୍କ ସମେତ ବିଜେପି ନେତା ଜଗନ୍ନାଥ ପ୍ରଧାନ, ପୂର୍ବତନ କାର୍ପୋରେଟର ତଥା ବୁଦ୍ଧେଶ୍ବରୀ ମଣ୍ଡଳ ସଭାପତି ସୁରେଶ ଚନ୍ଦ୍ର ଜେନା ପ୍ରମୂଖ ଉପସ୍ଥିତ ରହି ଏହି ଉନ୍ନତିକରଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି।