ନାଗପୁର/ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂ (ଆରଏସ୍ଏସ୍)ର ସର- ସଂଘଚାଳକ ଡ.ମୋହନ ଭାଗବତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସି ଜାନୁୟାରୀ ୩୦ ତାରିଖ ଦିନ ଭୁବନେଶ୍ୱରରେ ପହଞ୍ଚିବେ। ସେହିଦିନ ସଂଧ୍ୟା ୬ ଘଟିକା ସମୟରେ ଭୁବନେଶ୍ୱର ଜୟଦେବ ଭବନରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବତନ ପ୍ରାନ୍ତ ସଂଘଚାଳକ (ଓଡ଼ିଶା ପୂର୍ବ ପ୍ରାନ୍ତ) ସ୍ୱର୍ଗତ ଶିବରାମ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ହେବାକୁ ଥିବା ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବେ ଏହାପରେ ଆସନ୍ତା ଜାନୁୟାରୀ ୩୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଉତ୍କଳ ବିପନ୍ନ ସହାୟତା ସମିତି (ୟୁବିଏସ୍ଏସ୍) ଠାରେ ଅନୁଷ୍ଠିତ ହେବାକୁ ଥିବା ସଙ୍ଘର ସାଙ୍ଗଠନିକ କାର୍ଯ୍ୟର ସମୀକ୍ଷା ଏବଂ ସଂଘର ଶତାବ୍ଦୀ ବର୍ଷର ଯୋଜନା ବୈଠକରେ ଯୋଗଦେବେ। ଜାନୁୟାରୀ ୩୧ ତାରିଖରୁ ୩ ତାରିଖ ମଧ୍ୟରେ ଏଠାରେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ। ଏହି ବୈଠକ କେବଳ ସାଙ୍ଗଠନିକ କାର୍ଯ୍ୟପାଇଁ ଉଦ୍ଦିଷ୍ଟ। ଏହାପରେ ଡ. ଭାଗବତ ୫ ଦିନିଆ ଓଡ଼ିଶା ପ୍ରବାସ ସାରି ଫେବୃୟାରୀ ୩ ତାରିଖ ଦିନ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି।