ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନନପଡ଼ା ସାହିର କାହୁଁ ଚରଣ ରାଉତରାୟ ତାଙ୍କ ପରିବାର ସହିତ ମହାକୁମ୍ଭରେ ବୁଡ଼ ପକାଇବା ପାଇଁ ଉତ୍ତରପଦେଶ ପ୍ରୟୋଗରାଜ ଯାଇଥଲେ। ତେବେ, ପରିବାର ସହିତ ବୁଲାବୁଲି କରୁଥିବା ସମୟରେ କାହୁଁ କୁଆଡେ ନିଖୋଜ ହୋଇଯାଇଛନ୍ତି। ତାଙ୍କ ପରିବାର ଲୋକ ସେଠାରେ ବହୁତ ଖୋଜାଖୋଜି କରିବା ସତ୍ତ୍ୱେ ଏ’ ପର୍ଯ୍ୟନ୍ତ କାହୁଁ ଚରଣଙ୍କର କୌଣସି ପତ୍ତା ମିଳିପାରି ନାହିଁ। ତେଣୁ, କେହି ସହୃଦୟ ବ୍ୟକ୍ତି କାହୁଁ ଚରଣଙ୍କୁ ଦେଖିଲା ମାତ୍ରେ ତୁରନ୍ତ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ନିମନ୍ତେ 9090921940 ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ। ନଚେତ୍ ସ୍ୱାଧ୍ୟାୟ ନ୍ୟୁଜ୍ ନମ୍ବର 943823392 ରେ ସୂଚନା ଦେଲେ ଆମେ ତାଙ୍କ ପରିବାର ନିକଟରେ ଖବର ପହଞ୍ଚାଇ ଦେବୁ। ଓଡ଼ିଶାରୁ ପ୍ରୟାଗରାଜ, ମହାକୁମ୍ଭ ଯାଇଥିବା ଶ୍ରଦ୍ଧାଳୁ ମାନଙ୍କୁ ଅନୁରୋଧ ଏହାକୁ ଅଧିକ ମାତ୍ରାରେ ସେୟାର କରି ହଜିଯାଇଥିବା କାହୁଁ ଚରଣଙ୍କୁ ତାଙ୍କ ପରିବାର ନିକଟରେ ପହଞ୍ଚାଇବାରେ ସାହାଯ୍ୟ କରନ୍ତୁ।