Wednesday, June 18, 2025

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: କହିବ କାହାକୁ ଶୁଣିବ କିଏ?

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭଗବତୀ ବିଦ୍ୟାପୀଠ ହାଇସ୍କୁଲ। ଏଠାରେ ଦେଖିବାକୁ ମିଳେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ଜ୍ଵଳନ୍ତ ନମୂନା। ଇତି ମଧ୍ୟରେ ଓଡ଼ିଶାରେ ସରକାର ବଦଳି ସାରିଛି। କିନ୍ତୁ ସ୍ଥିତି ଯଥା ପୂର୍ବଂ ତଥା ପରଂ। ନବୀନ ସରକାର ସମୟରେ 5t ନାମରେ ବିଦ୍ୟାଳୟର ଉନ୍ନତୀକରଣ କାର୍ଯ୍ୟ ନିମନ୍ତେ ଆସିଲା ଅଜସ୍ର ଟଙ୍କା। କିନ୍ତୁ କାମ ହେଲା ବେଳକୁ ପୂରୁଣା ବୋତଲରେ ନୂଆ ଲେବଲ୍ ଲଗାଇ ଦିଆଗଲା। ପୂରୁଣା ଆଜବେଷ୍ଟରେ ଚୂନ ଲଗାଇ ନୂଆ ଦେଖାଗଲା। ଅନେକ ଆସବାପତ୍ର ଉଇ ଖାଇଗଲା। ସ୍ୱଚ୍ଛ ଭାରତ ଅଭିଯାନ ଅନୁଯାୟୀ ବିଦ୍ୟାଳୟ ପରିସରରେ ନିର୍ମିତ ଶୌଚାଳୟ ଗୁଡ଼ିକର ଅବସ୍ଥା ଦୟନୀୟ ହୋଇଗଲା। ଏପରିକି ବିଦ୍ୟାଳୟ ସମ୍ମୁଖ ଗେଟ୍ ମୁହଁରେ ବିଦ୍ୟାଳୟର ନାମ ଲେଖା ହୋଇପାରିଲା ନାହିଁ। ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥା ଆହୁରୀ ତଦ୍ରୁପ। ଏପରିକି ଚଳିତ ବର୍ଷ ଦଶମ ଶ୍ରେଣୀ ପିଲାଙ୍କର ପ୍ରି- ବୋର୍ଡ଼ ପରୀକ୍ଷା କରାଯାଇ ନଥିଲା। ଏ’ ନେଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସ୍ୱସ୍ତିଦା ପାଳଙ୍କୁ ପଚାରିବାରେ ପ୍ରିଟେଷ୍ଟ ହୋଇଛି, ପିଲା ପରୀକ୍ଷା ଦେବାକୁ ନ’ ଆସିବାରୁ ପ୍ରି- ବୋର୍ଡ଼ ପରୀକ୍ଷା ହୋଇ ପାରିଲାନି। ଦୁଇ ତିନି ଦିନ ଭିତରେ ପରୀକ୍ଷା କରାଇବୁ ବୋଲି କହିଲେ ପ୍ରଧାନ ଶିକ୍ଷୟତ୍ରୀ।

ତେବେ, ଏହାପରେ ତରବରିଆ ଭାବରେ ତା’ ପରଦିନ ପିଲାଙ୍କୁ ସୂଚନା ଦେଇ ପ୍ରି- ବୋର୍ଡ଼ ପରୀକ୍ଷା କରାଇଲେ ପ୍ରଧାନ ଶିକ୍ଷୟତ୍ରୀ। ତେବେ, ଆଶ୍ଚର୍ଯ୍ୟ ଲାଗେ ବିଦ୍ୟାଳୟର ଏପରି ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ବାବଦରେ ପ୍ରଶ୍ନ ଉଠାଇବାକୁ ଗୋଳବାଇ ଗ୍ରାମରେ କଣ କେହି ବୁଦ୍ଧିଜୀବୀ, ସଚେତନ ନାଗରୀକ ବା ଯୁବଶକ୍ତି ନାହାଁନ୍ତି? ଗ୍ରାମର ଛାତ୍ରଛାତ୍ରୀ ମାନଙ୍କର ଏପରି ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାରେ ଆଗାମୀ ଭବିଷ୍ୟତ କିପରି ଉଜ୍ଜ୍ୱଳ ହେବ? ବିଜେଡି ସରକାର ସମୟରେ ଯାହା ଏବେ ବିଜେପି ସମୟରେ ସ୍ଥିତି ସେୟା। ଏଠାକାର ରାଜନୈତିକ ବ୍ୟକ୍ତିମାନେ ନିଜ ନିଜ ସ୍ୱାର୍ଥରେ ମସଗୁଲ ରହି ନିଜ ଗାଁ’ ବିଦ୍ୟାଳୟର ଏପରି ଅବସ୍ଥା ବାବଦରେ ମୌନ। ଏପରି ସ୍ଥିତିରେ କହିବ କାହାକୁ ଶୁଣିବ କିଏ?

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles