Wednesday, June 18, 2025

ଭଦ୍ରକ: ପତି – ପତ୍ନୀ କଳି ମଝିରେ କିଏ ସେ ରହସ୍ୟମୟୀ ମହିଳା ..?

ଭଦ୍ରକ: ସ୍ୱାମୀ – ସ୍ତ୍ରୀ ଝଗଡ଼ା ମଝିରେ ଜଣେ ରହସ୍ୟମୟୀ ମହିଳାଙ୍କ ଏଣ୍ଟ୍ରି। ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ମୋଟେଲ୍ ଛକ ନିକଟରେ ଜୀବନ ଜେନା ନାମକ ଜଣେ ବ୍ୟକ୍ତିଙ୍କର ମଦ୍ୟପାନ ଅବସ୍ଥାରେ ତାଙ୍କ ପତ୍ନୀଙ୍କ ସହ ବଚସା ଆଉ ଝଗଡ଼ା ଘଟିଥିଲା। ଏହି ସମୟରେ ଜଣେ ଅଜଣା ମହିଳା ଝଗଡା ମଧ୍ୟରେ ଏଣ୍ଟ୍ରି ମାରି ସମାଧାନ କରିବା ବେଳେ ଜୀବନ ତାଙ୍କୁ ଧକ୍କା ମାରିଥିଲେ। ଏହାପରେ ଅଜଣା ମହିଳା ଜଣଙ୍କ ଜୀବନଙ୍କୁ ମାଡ ମାରିବା ସହ ପୋଲିସକୁ ଜଣାଇଥିଲେ। ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜୀବନଙ୍କୁ ଥାନାକୁ ଆଣିଥିବା ବେଳେ ପର ଦିନ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲା। ତାଙ୍କ ସମ୍ପର୍କୀୟ ମାନେ ମେଡିକାଲରେ ଜୀବନଙ୍କୁ ଦେଖା କରିବା ପାଇଁ ଆସିଥିବା ବେଳେ ଜୀବନଙ୍କ ଦେହସାରା ମାଡ ଚିହ୍ନ ଥିବା ଦେଖିଥିଲେ। ଏହାପରେ ତରବରିଆ ଭାବେ ଭଦ୍ରକ ସହରାଞ୍ଚଳ ପୋଲିସ ଜୀବନଙ୍କୁ ମେଡିକାଲରୁ ବିଳମ୍ବିତ ରାତିରେ କୋର୍ଟ ଚାଲାଣ କରିଛି। ଜୀବନଙ୍କ ସ୍ତ୍ରୀ ପୋଲିସ୍ ଷ୍ଟେସନରେ ସ୍ବାମୀଙ୍କୁ ଥାର୍ଡ ଡିଗ୍ରୀ ଦେଇ ମାଡ଼ ମରା ଯାଇଥିବା ନେଇ ଅଭିଯୋଗ କରିଛନ୍ତି। ତେବେ ସ୍ୱାମୀ – ସ୍ତ୍ରୀଙ୍କ କଳି ମଝିରେ ଏଣ୍ଟ୍ରି ମାରିଥିବା ସେ ରହସ୍ୟମୟୀ ମହିଳାଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସଂପୃକ୍ତ ରହସ୍ୟମୟୀ ମହିଳା ଜଣେ ପୋଲିସ୍ କର୍ମଚାରୀ ବୋଲି କୁହାଯାଉଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles