Wednesday, June 18, 2025

କଣ ଏତେ ଦୁର୍ବଳ ମୋହନ? ମୋହନ ସରକାରକୁ ଚେତାବନୀ ଦେଲେ ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ପୁଅ!

ଭୁବନେଶ୍ୱର; ମୋହନ ମାଝୀ ସରକାର କ’ଣ ସତରେ ଏତେ ଦୁର୍ବଳ? ବିରୋଧୀ ଦଳ ମୋହନ ମାଝୀଙ୍କୁ ଜଣେ ଦୁର୍ବଳ ତଥା ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ଭାବରେ ଉପସ୍ଥାପନ କରିଆସୁଛି। ତେବେ, ଏହା ଯେତେ ବଡ଼ କଥା ନୁହେଁ, ବଡ଼କଥା ହେଲା ନିଜ ଦଳରେ ବିଜେପି ଭିତରେ ଅନେକ ନେତାନେତ୍ରୀ ଅଛନ୍ତି ଯେଉଁମାନେ କି ମୋହନ ମାଝୀଙ୍କୁ ଏକ ଦୁର୍ବଳ ମୁଖ୍ୟମନ୍ତ୍ରୀ ଭାବରେ ବ୍ୟବହାର ଦେଖାଉଛନ୍ତି। ଏବେ ଜଣେ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀଙ୍କ ପୁଅ ମୋହନ ମାଝୀ ସରକାରକୁ ଅଯୋଗ୍ୟ ତଥା ଦୁର୍ବଳ ଭାବି, ତାଙ୍କୁ ଚେତାବନୀ ଦେଇଛି। ସଭାନେତ୍ରୀ ଜଣଙ୍କ ପୁଣି ରାଜ୍ୟର ନୁହଁ, ସାଧାରଣ ଏକ ଜିଲ୍ଲା ସଭାନେତ୍ରୀଙ୍କ ପୁଅ ମୋହନ ମାଝୀ ସରକାରକୁ ଚେତାବନୀ ଦେଇଛି। ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାନେତ୍ରୀ ସୁଭାସିନୀ ପୃଷ୍ଟିଙ୍କ ପୁଅ ପଶୁପକ୍ଷୀଙ୍କ ସୁରକ୍ଷା ବାବଦରେ ପ୍ରଶ୍ନ ଉଠାଇ ମୋହନ ମାଝୀ ସରକାରଙ୍କୁ ଚେତାବନୀ ତଥା ରାଜରାସ୍ତାକୁ ଓହ୍ଲାଇବାର ଧମକ ଦେଇଛନ୍ତି। ବଡ଼ କଥା ହେଲା ପୁଅର ଏପରି ଧମକକୁ ସମର୍ଥନ ଦେଇ ମହିଳା ମୋର୍ଚ୍ଚା ସଭାନେତ୍ରୀ ଜଣଙ୍କ ସେହି ଭିଡିଓଟିକୁ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଅର୍ଥାତ୍ ନିଜ ସରକାର ନିଜ ଦଳର ମୁଖ୍ୟମନ୍ତ୍ରୀଙ୍କୁ ସାଧାରଣ ଜଣେ ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଚେତାବନୀ ଦେଉଛନ୍ତି। ଯଦି ନିଜ ଦଳ ଭିତରେ ମୋହନ ମାଝୀ ସରକାରକୁ ନ୍ୟୁନ ଦେଖାଇ ଏପରି ଧମକ ଦିଆଯାଇ ପାରୁଛି ତେବେ ବିରୋଧୀ ଦଳ ମୋହନ ମାଝୀ ସରକାରକୁ ଦୁର୍ବଳ, ଅଯୋଗ୍ୟ ନ’ଭାବିବେ ବା କାହିଁକି??

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles