ଭୁବନେଶ୍ୱର: ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ବାଳାଶ୍ରମ ଯାଇ ଦୋଳ ପୂର୍ଣ୍ଣିମା ପାଳନ କରିବା ସହ କୁନି କୁନି ପିଲାଙ୍କ ସହିତ ରଙ୍ଗ ଖେଳିଲେ ବରିଷ୍ଠ ବିଜେଡି ନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାର। ଦେବଦୀପ୍ ଫାଉଣ୍ଡେସନ୍ ତରଫରୁ ବାଲେଶ୍ବର ସରକାରୀ ବାଳାଶ୍ରମ ଠାରେ ଆୟୋଜିତ ହୋଲି ଉତ୍ସବରେ ଯୋଗ ଦେଇ କୁନି କୁନି ପିଲା ମାନଙ୍କ ସହିତ ରଙ୍ଗ ଖେଳିଛନ୍ତି ଲେଖାଶ୍ରୀ। ଏହି ଅବସରରେ ବାଲେଶ୍ୱର ସଦର ପୂର୍ବତନ ବିଧାୟକ ସ୍ଵରୂପ କୁମାର ଦାସଙ୍କ ସମେତ ବିଜୁ ଜନତା ଦଳର ଅନେକ ନେତୃବୃନ୍ଦ ସାମିଲ ହୋଇ ବାଳାଶ୍ରମରେ ହୋଲି ଉତ୍ସବ ପାଳନ କରିଛନ୍ତି।