Wednesday, June 18, 2025

ରାଜ୍ୟ ସଭାପତି ରେସରୁ ହଟିଲା ସମୀର ମହାନ୍ତିଙ୍କ ନାମ!

ଭୁବନେଶ୍ୱର: କିଏ ହେବ ବିଜେପିର ଆଗାମୀ ରାଜ୍ୟ ସଭାପତି? ଏବେକାର ସଭାପତି ମନମୋହନ ସାମଲ ରିପିର୍ଟ୍ ହେବେ ନାଁ, ଆଉ ଜଣେ କେହି ହେବେ ରାଜ୍ୟ ସଭାପତି ନେଇ କଳ୍ପନାଜଳ୍ପନା ଲାଗି ରହିଛି। ମନମୋହନ ସାମଲ ରିପିର୍ଟ୍ ହେବା ନେଇ ଅଧିକ ସମ୍ଭାବନା ରହିଥିବା ବେଳେ ଆଉ ଯେଉଁ କେତେ ଜଣଙ୍କ ନାମ ରାଜ୍ୟ ସଭାପତି ପାଇଁ ଆଲୋଚନା ହେଉଛି, ସେମାନଙ୍କ ମଧ୍ୟରେ ଗୋଲକ ମହାପାତ୍ର, ସାରଦା ଶତପଥୀ, ବିଶେଶ୍ୱର ଟୁଡୁ, ପଞ୍ଚାନନ ରାଉତ ଆଦି ଭଳି କିଛି ନେତାଙ୍କ ସହିତ ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଥିଲା। କିନ୍ତୁ, ଏବେ ରାଜ୍ୟ ସଭାପତି ରେସ୍ ଭିତରୁ ସମୀର ମହାନ୍ତିଙ୍କ ନାମ ହଟିଯାଇଥିବା ଜଣାପଡ଼ୁଛି। କାରଣ ସମୀର ମହାନ୍ତି ହେବେ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ (OOA)ର ସଭାପତି। ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନର ପରବର୍ତ୍ତୀ ସଭାପତି ପଦ ପାଇଁ ସମୀରଙ୍କ ବ୍ୟତୀତ ଅନ୍ୟ କେହି ଆବେଦନ କରିନଥିବା ଜଣାପଡ଼ିଛି। ତେଣୁ ସେ ଅପ୍ରତିଦ୍ଵନ୍ଦ୍ଵୀ ଭାବେ ସଭାପତି ହେବା ନିଶ୍ଚିତ ହୋଇଛି। ୨୦୨୯ ଯାଏ ସେ ଓଓଏର ସଭାପତି ହୋଇ ରହିବେ। ଆସନ୍ତା ୩୦ ତାରିଖରେ OOAର ସାଧାରଣ ପରିଷଦ ବୈଠକରେ ଦାୟିତ୍ଵ ଗ୍ରହଣ କରିବେ ନୂତନ କର୍ମକର୍ତ୍ତା। ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ ପରି ଏକ ସରକାରୀ ତଥା ଲାଭଜନକ ସଂସ୍ଥାର ସଭାପତି ହେଉଥିବାରୁ ବିଜେପି ରାଜ୍ୟ ସଭାପତି ଦୌଡ଼ରୁ ଆପାତତଃ ସମୀର ମହାନ୍ତିଙ୍କ ନାମ ହଟିଯାଇଛି।

ସୂଚନା ମୁତାବକ ସମୀର ମହାନ୍ତି ଓଡ଼ିଶା ଅଲିମ୍ପିକ୍ ଆସୋସିଏସନର ନୂଆ ସଭାପତି ହେବାକୁ ଥିବା ବେଳେ ଅଭିଜିତ୍ ପାଲ୍ ହେବେ ସମ୍ପାଦକ । ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ସମୀର ଏବଂ ଅଭିଜିତ ଉଭୟ ଅପ୍ରତିଦ୍ଵନ୍ଦ୍ୱୀ ପ୍ରାର୍ଥୀ ଭାବେ ରହିଛନ୍ତି। ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ ରାଜ୍ୟର କ୍ରୀଡା ପାଇଁ ପରିଚାଳନା ସଂସ୍ଥା ଭାବରେ କାର୍ଯ୍ୟ କରେ । ଏହା କ୍ରିକେଟ୍, ଫୁଟବଲ୍, ହକି, ଟେନିସ୍ ଏବଂ ବ୍ୟାଡମିଣ୍ଟନ୍ ସମେତ ବିଭିନ୍ନ କ୍ରୀଡା ସଂଘର ତଦାରଖ କରେ। ଏହା ବିଭିନ୍ନ ସ୍ତରରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ଏବଂ ଖେଳାଳିମାନଙ୍କୁ ସମର୍ଥନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ। ଏହା ସହିତ, OOA ଅଲିମ୍ପିକ୍ ଗେମ୍ସ, କମନୱେଲ୍ଥ ଗେମ୍ସ, ଏସିଆନ ଗେମ୍ସ ଏବଂ ଭାରତୀୟ ଜାତୀୟ ଗେମ୍ସ ଭଳି ପ୍ରମୁଖ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବା ପାଇଁ ଖେଳାଳିମାନଙ୍କୁ ଚୟନ କରିବା ଦାୟିତ୍ବ ନେଇଥାଏ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles