ଭୁବନେଶ୍ୱର: ଆରମ୍ଭ ହେଲା କଟକ – ପୁରୀ ମୋ ବସ୍ ଏକ୍ସପ୍ରେସ୍ ସେବା। ପର୍ଯ୍ୟଟକ ମାନଙ୍କୁ ଉତ୍ତମ ସୁବିଧା ଯୋଗାଇ ଦେବା ପାଇଁ କ୍ରୁଟ୍ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକଙ୍କ ସହ କଟକ, ପୁରୀ ବାସିନ୍ଦାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସେବା ଆରମ୍ଭ କରାଯାଇଥିବା କ୍ରୁଟ୍ ସୂଚନା ଦେଇଛି। ପରିବହନ ଭିତ୍ତିଭୂମିକୁ ସୁଦୃଢ଼ କରି ପର୍ଯ୍ୟଟନ କ୍ଷେତ୍ରକୁ ଜନସାଧାରଣଙ୍କର ଯାତାୟାତ ସୁବିଧା ବୃଦ୍ଧି କରିବା ଏବଂ ସହରାଞ୍ଚଳ କ୍ଷେତ୍ରରେ ସାମଗ୍ରିକ ସଂଯୋଗ ବୃଦ୍ଧି ଦିଗରେ ଏହି ଏକ୍ସପ୍ରେସ୍ ସେବା ଏକ ସକ୍ରିୟ ପଦକ୍ଷେପ ବୋଲି କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ମୋ ବସ୍ ସବୁବର୍ଗର ଲୋକମାନଙ୍କ ଉଦ୍ଦିଷ୍ଟ ଏକ ଯାତାୟତ ସେବା। ଏହି ଆନ୍ତଃ ସହରାଞ୍ଚଳ ପରିବହନ ପଦକ୍ଷେପ ଯାତ୍ରୀଙ୍କୁ ସହଜ ଓ ସୁଲଭ ଯାତ୍ରାର ଅନୁଭୂତି ଦେବା ସହ ସଠିକ୍ ସମୟରେ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବ ବୋଲି ବୋଥ୍ରା କହିଛନ୍ତି।