Thursday, June 19, 2025

ବାଲେଶ୍ୱର: ଘରେ ପଶି ମହିଳାଙ୍କୁ ଗୁଳିମାଡ଼

ଭୁବନେଶ୍ୱର: ଘରେ ପଶି ମହିଳାଙ୍କୁ ଗୁଳିମାଡ଼ କଲେ ଅଜଣା ଦୁର୍ବୁତ୍ତ। ବାଲେଶ୍ବର ଜିଲ୍ଲା ରାଇପାଳ ଗାଁ’ରେ ଘଟିଛି ଏପରି ଘଟଣା। ସୂଚନା ମୁତାବକ, ମହିଳା ଜଣକ ରାତିରେ ଘରେ ଶୋଇଥିବା ବେଳେ କିଛି ଅଜଣା ଦୁର୍ବୁତ୍ତ ଆସି ଗୁଳିମାଡ଼ କରିଛନ୍ତି। ମହିଳା ଜଣକ ନାମ ଲକ୍ଷ୍ମୀ ମୁର୍ମୁ ବୋଲି ଜଣାପଡ଼ିଛି। ସୂଚନା ମୁତାବକ ଲକ୍ଷ୍ମୀଙ୍କର ଅଣ୍ଟା , ପେଟ ଓ ଛାତିରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ନୀଳଗିରି ହସ୍ପିଟାଲ୍ ଏବଂ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। କିଏ ଏବଂ କାହିଁକି ଏପରି ଘଟଣା ଘଟାଇଲା ସ୍ପଷ୍ଟ ଭାବରେ ସେପରି କିଛି ଜଣାପଡ଼ି ନାହିଁ। ଏ’ନେଇ ବରହମପୁର ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିବା ବେଳେ ତଦନ୍ତ ଜାରୀ ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles