Thursday, June 19, 2025

‘ଦ ଗାର୍ଲଫ୍ରେଣ୍ଡ’ର ସୁଟିଂ ଆରମ୍ଭ କଲେ ରଶ୍ମିକା ମନ୍ଦାନା

ମୁମ୍ବାଇ: ରଣବୀର କପୁର ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ଆନିମଲ୍’ କେବଳ ଭାରତ ନୁେହଁ‌ ବିଦେଶରେ ମଧ୍ୟ ଏହି ଫିଲ୍ମ ବେଶ୍ ଭଲ ପ୍ରଦର୍ଶନ କରିଛି। ରିଲିଜ୍‌ ହେବାର ମାତ୍ର ୩ ଦିନରେ ବକ୍ସ ଅଫିସ୍‌ରେ ଏହି ଫିଲ୍ମ ୩୪୦ କୋଟିରୁ ଊର୍ଦ୍ଧ ଟଙ୍କାର ବ୍ୟବସାୟ କରିଥିବା ଜଣାପଡ଼ିଛି । ଫିଲ୍ମରେ ରଣବୀର କପୁରଙ୍କ ସହ ରଶ୍ମିକା ମନ୍ଦାନାଙ୍କ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। ତେବେ ଏହା ଭିତରେ ରଶ୍ମିକା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଦ ଗାର୍ଲଫ୍ରେଣ୍ଡ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ସେ ଆସନ୍ତା ୨୦ ଦିନ ପର୍ଯ୍ୟନ୍ତ ହାଇଦ୍ରାବାଦରେ ଏହାର ସୁଟିଂ କରିବେ ବୋଲି ଜଣାପଡ଼ିଛି। ୭ ବର୍ଷର କ୍ୟାରିୟର ଭିତରେ ଏହା ରଶ୍ମିକାଙ୍କ ୨୪ତମ ଫିଲ୍ମ ହେବ। ରାହୁଲ ରବୀନ୍ଦ୍ରନ୍‌ ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି। ଅଲ୍ଲୁ ଅରବିନ୍ଦଙ୍କ ଗୀତା ଆର୍ଟସ୍‌ ଏହାର ନିର୍ମାଣ ଦାୟିତ୍ବରେ ଅଛନ୍ତି। ନିକଟରେ ରଶ୍ମିକା ‘ଦ ଗାର୍ଲଫ୍ରେଣ୍ଡ’ ଫିଲ୍ମର ତାଙ୍କର ଫାଷ୍ଟଲୁକ୍‌ ସେୟାର୍‌ କରିଥିଲେ। ଏହାବାଦ୍‌ ରଶ୍ମିକା ‘ରେନ୍‌ବୋ’, ‘ଡି ୫୧’, ‘ପୁଷ୍ପା: ଦ ରୁଲ୍’ ଆଦି ଫିଲ୍ମଗୁଡ଼ିକରେ ମଧ୍ୟ ଅଭିନୟ କରୁଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles